ଟ୍ରାଇବାଲ ଓମେନ ଡେଭେଲପମେଣ୍ଟ ସୋସାଇଟି ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

0 1

ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଉମାଦେଇପୁର ପଞ୍ଚାୟତ କବାଟଶୋଳ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳରେ ରହିଥିବା ଟି ଡବ୍ଲ୍ୟୁଡିଏସ (ଟ୍ରାଇବାଲ ଓମେନ ଡେଭେଲପମେଣ୍ଟ ସୋସାଇଟି ) ଆନୁକୂଲ୍ୟରେ ନେହେରୁ ଯୁବା କେନ୍ଦ୍ର ମିଳିତ ସହଯୋଗରେ କବାଟଶୋଳ ପ୍ରାଥମିକ ବିଦ୍ୟାଳୟରେ ଆନୁଷ୍ଠାନିକ ଭାବେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବା ନିମନ୍ତେ ଉଦ୍ଘାଟନ ସଭା ଅନୁଷ୍ଠିତ ହୋଇଯାଇଛି। ଡବ୍ଲ୍ୟୁଡିଏସ ସଙ୍ଗଠନର ଯୁଗ୍ମ ନିର୍ଦେଶକ ଦେବାଶିଷ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ସଭାରେ ମୁଖ୍ୟ ଅତିଥି ଭାବେ ସାରସକଣା ବ୍ଲକ ଚେୟାରମ୍ୟାନ ତୁଳସୀ ସିଂ ଯୋଗ ଦେଇଥିବା ବେଳେ, ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ମହାନ୍ତ, ମୁଖ୍ୟ ବକ୍ତା ଭାବେ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟର ସଂଯୋଜକ ମଳୟ କୁମାର ନାୟକ, ସଂଗଠନର ନିର୍ଦ୍ଧେଶକ ଜୟନ୍ତୀ ଦାସ, ଟ୍ରାଫିକ ପୋଲିସ ବିଶ୍ୱଜିତ ଗିରି, ଶିବସାଙ୍କର ଗିରୀ, ସମାଜସେବୀ ପ୍ରଦୀପ୍ତ ନାଏକ, ସୁଧାଂଶୁ ମିଶ୍ର
ପ୍ରମୁଖ ମଞ୍ଚାସିନ ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବ୍ଲକ ଅଧ୍ୟକ୍ଷା ଫିତାକାଟି ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଆଖପାଖ ଅଞ୍ଚଳର ସଚେତନ ଯୁବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ସପ୍ତାହ ତମାମ ବିଭିନ୍ନ ଗ୍ରାମାଞ୍ଚଳ ଓ ବଜାର ଅଞ୍ଚଳ ଗୁଡିକରେ ସଚେତନତା ଲିଫଲେଟ ବାଣ୍ଟିବା, ପ୍ଲାକକାର୍ଡ ଧରି ରାଲି କରି ସଚେତନ କରିବା ନିମନ୍ତେ ଯୋଜନା କରାଯାଇଥିବା ନେଇ ନିର୍ଦ୍ଧେଶକ ଜୟନ୍ତୀ ଦାସ ସୂଚନା ଦେଇଥିଲେ।ଗାଡି ଚାଳନା ସମୟରେ ହେଲିମେଟ ପିନ୍ଧିବା, ସିଟବେଲ୍ଟ ଲଗାଇବା, ନିଶା ସେବନ କରିବା ନାହିଁ, ଦ୍ରୁତ ଗତିରେ ଗାଡି ଚଳାଇବା ନାହିଁ, ଟ୍ରାଫିକ ନିୟମ ମାନିବା ପରି ଅନେକ ସଚେତନତା ମୂଳକ ତଥ୍ୟ ଉପରେ ଏଠାରେ ଉପସ୍ଥିତ ଅତିଥି ମାନେ ନିଜର ମତ ରଖିଥିଲେ। 

Leave A Reply

Your email address will not be published.