ଆତ୍ମ ସୁରକ୍ଷା ଶିବିର ଉଦଯାପିତ।

0 1

 ବାସୁଦେବପୁର- ଭଦ୍ରକ ଜିଲ୍ଲା, ବାସୁଦେବପୁର ବ୍ଳକ ଅଧୀନସ୍ଥ ବାରାପୁର ଶହୀଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମସୁରକ୍ଷା ଶିବିର ଗୁରୁବାର ଦିନ ଉଦ୍ ଯାପିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀ ସୁଶୀଲ ଚନ୍ଦ୍ର ମାଇତିଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦଯାପନୀ ସଭାରେ ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀ ବ୍ରଜମୋହନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଶ୍ରୀ ହିମାଂଶୁ ଭୂଷଣ ପଣ୍ଡ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନାରୀ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ। ଶ୍ରୀ ରମେଶ ଚନ୍ଦ୍ର ଭୂୟାଁଙ୍କର ସଂଯୋଜନାରେ ଆଠ ଦିନ ଧରି ଚାଲିଥିବା ଏହି ଶିବିରରେ ଦୁଇ ମାଷ୍ଟର ଟ୍ରେନର ସୁଶ୍ରୀ ସୁଭଦ୍ରା ବେହେରା ଓ ସୁଶ୍ରୀ ଲକ୍ଷ୍ମୀପ୍ରିୟ। ମହାରଣା ତାଲିମ୍ ପ୍ରଦାନ କରିଥିଲେ। ଉଦଯାପନ ଉତ୍ସବରେ କନିଷ୍ଠ ଅଧାପକ ଶ୍ରୀ ଦିବ୍ୟସୁନ୍ଦର ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଶ୍ରୀମତୀ ମମତାମଣି ପାଢ଼ୀ, ଶ୍ରୀ ଡମ୍ବରୁ ଧର ପାତ୍ର, ଶ୍ରୀ ତପନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଶ୍ରୀ ସୁଶୀଲ ଚନ୍ଦ୍ର ମାଇତିଙ୍କ ଦ୍ଵାରା ଶିବିରରେ ଅଂଶ ଗ୍ରହଣ କରିଥିବା ବାଳିକାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.