ନବରଙ୍ଗପୁର ତା 18/01/2025,ଅଶୋକ ସାହୁ, ଶାସକ ପ୍ରଶାସକ,ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ ଅବସରରେ ଆଇଏସ ଆର ଡି ୱାନଷ୍ଟପ ସେଣ୍ଟର ପକ୍ଷରୁ ଆଜି ନବରଙ୍ଗପୁର ଟେକ୍ନୋ ଗୁରୁକୁଳ ବିଦ୍ୟାଳୟ ଠାରେ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଟିତ ଏହି ସମାବେଶରେ ପାରମ୍ଭରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର କନ୍ୟା ସନ୍ତାନ ଦିବସ ସପ୍ତାହର ଉଦେଶ୍ୟ ବିଷୟରେ ଆଲୋକ ପାତ କରି କହିଲେଯେ ପ୍ରତେକ ଝିଅ ମାନଙ୍କର ସୁରକ୍ଷା ଓ ଉଜ୍ଜଳ ଭବିଷ୍ୟତ ହିଁ ସରକାରଙ୍କ ଲକ୍ଷ । ସମସ୍ତ କିଶୋରୀ ମାନେ କୌଶଳ ଭିତିକ ଶିକ୍ଷା ମାଧ୍ୟମ ରେ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇ ନିଜ ଉପରେ ହେଉଥବା ହିଂସା କୁ ଦୃଢ ଭାବରେ ପ୍ରତିବାଦ କରିବା ପାଇଁ ବୋଲି ମତବ୍ୟକ୍ତ କରିବା ସହିତ ଚଳିତ ବର୍ଷ ଶିଶୁ କନ୍ୟା ଦିବସ ର ବାର୍ତ୍ତା “ଉଜ୍ଜଳ ଭବିଷ୍ୟତ ପାଇଁ କିଶୋରୀ ମାନଙ୍କର ଦୃଷ୍ଟିକୋଣ” ରହିଛି ବୋଲି ମତବ୍ୟକ୍ତ କରିଥିଲେ । ନିଜର ବକ୍ତବ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ କହିଲେ ଯେ ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି । ଖୁସିର କଥା ଆମ ଜିଲ୍ଲାରେ ପୁରୁଷ ମାନଙ୍କ ଅନୁପାତରେ ରେ ମହିଳା ମାନଙ୍କ ସଂଖ୍ୟା ଅଧିକ । କିନ୍ତୁ ସମାଜରେ ରକ୍ଷଣଶିଳ ମନଭାବ ଓ ଝିଅ ମାନଙ୍କ ପ୍ରତି ଆମର ଦ୍ରୁଷ୍ଟି କୋଣରେ ସେମାନଙ୍କୁ ପଛରେ ବୋଲି କୁହାଯାଉଛି । ସମୟରେ ପରିବର୍ତ୍ତନ ଆସିଛି , ତେଣୁ ଆମ ମାନଙ୍କୁ ମିଳିମିଶି ବାଳିକା ମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ । ଜୀବନରେ ତିନିଟି ଗୁରୁ ଯଥା ପିତା ,ମାତା ଓ ଶିକ୍ଷକ ଙ୍କ ଆରଦର୍ଶ ରେ ଅନୁପ୍ରାଣିତ ହୋଇ ସମସ୍ତ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରିବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ନିଜର ବକ୍ତବ୍ୟ ରେ ସମାଜରେ କୃତିତ୍ଵ ଅର୍ଜନ କରିଥବା ମହିଳା ମାନଙ୍କ ର ତ୍ୟାଗ କୁ ସ୍ମରଣ କରାଇବା ସହିତ ବାଳିକା ମାଙ୍କ ଜୀବନରେ ଶିକ୍ଷା ର ଗୁରୁତ୍ଵ ଉପରେ ଆଲୋକ ପାତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ପିତା ମାତା ମାନେ ଝିଅ ଟି ଜନ୍ମ ହେଲେ ଟେନସନ ନହୋଇ ଗୋଟିଏ ଝିଅ ଦଶଟି ପୁଅ ସହିତ ସମାନ ବୋଲି ମତବ୍ୟକ୍ତ କରିବା ସହିତ ଦିବ୍ୟାଙ୍ଗ କନ୍ୟା ମାନଙ୍କ ନିମନ୍ତେ ଥିବା ସରକାରୀ ସୁବିଧା ଗୁଡିକ ଉପରେ ସୂଚନା ପରଦାନ କରିଥିଲେ । ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି ସମାବେଶରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, ମନୋରମା ମାଝି , ଟେକ୍ନୋ ଗୁରୁକୁଳ ବିଦ୍ୟାଳୟ ର ଅଧ୍ୟକ୍ଷ ସଂଗ୍ରାମ ନାୟକ , ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ , କିଶୋରୀ ପଟ୍ଟନାୟକ ,ସ୍ମରଣିକ ପଟ୍ଟନାୟକ ,ସୁମିତା ଗରଡା, ଯଶମିନୀ ନାୟକ ଓ ଟୁନି କନ୍ଧପାନ ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ,ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ ।ଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post