ପଦ୍ମପୁର :- କୁଣ୍ତାଖାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୬ ଜାନୁଆରୀ ୨୦୨୫ ତାରିଖରେ ଏକ ସମ୍ବର୍ଦ୍ଧନା ସମାରୋହ ଅୟୋଜିତ ହୋଇଛି। ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ସାହାଣୀ ସଭାପତିତ୍ବ କରିଥିଲେ। ମୂଖ୍ଯ ଅତିଥି ଶ୍ରୀମାନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଲାଲ ବରିହା ଓ ସମ୍ମାନୀତ ଅତିଥି ତଥା ସରପଞ୍ଚ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଧାନଙ୍କର ଉପସ୍ଥିତି ଉତ୍ସବକୁ ଆହୁରୀ ଗୌରବାନ୍ବିତ କରିଥିଲା । ବିଦ୍ଯାଳୟ ପରିଚାଳନା କମିଟୀ ର ସଭାପତି ଶ୍ରୀମାନ ପୂର୍ଣ୍ଣଚନ୍ଦ୍ର ପଧାନ ଙ୍କର ବିଦ୍ଯାଳୟ ପ୍ରତି ନିରନ୍ତର ନିଃସ୍ବାର୍ଥ ସେବା ଓ ଉତ୍ସର୍ଗୀକୄତ ମନୋଭାବକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଚ୍ଚ ପ୍ରସଂଶା କରିଥିଲେ । ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନଙ୍କର ପୂର୍ଣ୍ଣ ଗଣବେଶ, ପରିସ୍କାର ପରିଚ୍ଛନ୍ନତା,ଓ ଶୃଙ୍ଖଳିତ ବ୍ଯବହାର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମନକୁ ଆହ୍ଲାଦିତ କରିଥିଲା । ଏହି ସମାରୋହରେ ତୄତୀୟ ଶ୍ରେଣୀ ବୄତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଡିଲେଶ୍ବର କୁମ୍ଭାର, ପ୍ରିନ୍ସ ପଧାନ ଓ ସମନ୍ବିତା ପଧାନଙ୍କୁ, ତଥା ପଞ୍ଚମ ଶ୍ରେଣୀ ବୄତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଥିବା ଆର୍ଯ୍ଯନ ବରଣ ରାୟ, ହେମାନନ୍ଦ ପଧାନ ଓ ବିଦ୍ଯାଞ୍ଜଳି ପଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ସମାରୋହରେ କିଚେନ ଗାଡେନ, ପରିବେଶ ଓ ପାଠ ପଢାରେ ସମସ୍ତ ଶିକ୍ଷକଙ୍କର ଅକ୍ଲାନ୍ତ ପରିଶ୍ରମର ଉଚ୍ଚ ପ୍ରଶଂସା କରାଯାଇଥିଲା, ଯାହାକି ଛାତ୍ର-ଛାତ୍ରୀ ମାନଙ୍କୁ ଅଧିକ ପ୍ରେରଣା ଦେବାରେ ସାହାଯ୍ୟ କରିଛି। ସମାରୋହରେ ଛାତ୍ର-ଛାତ୍ରୀଙ୍କର ଶିକ୍ଷାରେ ସଫଳତା ଏବଂ ସାମାଜିକ ଉନ୍ନତି ଦିଗରେ ପ୍ରମୁଖ ଆଲୋକପାତ କରାଯାଇଥିଲା, ଯାହା ଶିକ୍ଷା ପ୍ରତି ସହୃଦୟ ଜନସମାଜର ଦୃଷ୍ଟି ଆକର୍ଷଣ କରିଥିଲା। ସଭା ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦେବନ୍ତ ପଣ୍ଡା ମହୋଦୟ ଧନ୍ଯବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post