ଉଦ୍ଜାପିତ ହେଲା ବାରାପୁର ମକର ମହୋତ୍ସବ।

0 1

ଥଣ୍ଡା ସତ୍ତ୍ୱେ ସାଂସ୍କୃତିକ କାର୍ଯ୍ୟ କ୍ରମ ଦେଖିଲେ ହଜାର ହଜାର ଦର୍ଶକ                               

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାରାପୁର ଠାରେ ମହାବୀର କ୍ଳବ୍ ପକ୍ଷ ରୁ ମକର ପଡିଆ ରେ ମକର ମହୋତ୍ସବ ୨୦୨୫ ର  ତିନି ଦିନ ଧରି ଅନୁଷ୍ଟିତ ହୋଇ ଯାଇଛି। ପ୍ରଥମ ଦିନ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଓଡ଼ିଆ ଅଧ୍ୟାପକ ସତ୍ୟ ସୁନ୍ଦର ମହାକୁଡ, ନନ୍ଦ ଦୁଲାଲ ଘଡାଇ, ବୃନ୍ଦାବନ ଚନ୍ଦ୍ର ବେହେରା, ସରପଂଚ ସୁବାସ ସନ୍ଧି ବିଗ୍ରହ, ସମିତି ସଭ୍ୟ ବୁଲୁ ବିନ୍ଧାଣି ପ୍ରମୁଖ ଯୋଗ ଦେଇଥିଲେ। ମହାବୀର କ୍ଳବ୍ ର ସଭାପତି ବିଧୁ ଭୂଷଣ କର ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା ବେଳେ ଅମିୟ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଦ୍ୱିତୀୟ ଦିନ ରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ଅସିତ୍ ଦାସ, କୈଳାଶ ପଣ୍ଡା, ବୃନ୍ଦାବନ ବେହେରା ଯୋଗ ଦେଇଥିଲେ। ସେହିପରି ଅନ୍ତିମ ତଥା ଉଦ୍ ଜାପାନୀ ଉତ୍ସବ ରେ ଅତିଥି ଭାବେ ସୋରୋ ବିଧାୟକ ମାଧବ ଧଡ଼ା, ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ,ଦିନ ବନ୍ଧୁ ଦାସ, ଗୌତମ ସେଠୀ ଯୋଗ ଦେଇଥିଲେ। ତିନି ଦିନ ରେ ସଭାପତି ଵିଧୁ ଭୂଷଣ କର ସଭାପତିତ୍ବ କରିଥିଲା ବେଳେ ଅମିୟ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଏହି ଅବସର ରେ ସମ୍ବର୍ଦ୍ଧନା ସଭା ସହ ପୁରସ୍କାର ବିତରଣ ଉତ୍ସବ ମଧ୍ୟ ଅନୁଷ୍ଟିତ ହୋଇଥିଲା।ମହାବୀର କ୍ଳବ୍ ର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତ ରେ ଏହି ମହୋତ୍ସବ ତିନି ଦିନ ଧରି ଚାଲି ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇ ଯାଇଛି। ମୀନା ବଜାର ସହ ନୃତ୍ୟ, ସଙ୍ଗୀତ ସହ ଓଡ଼ିଶା ରେ ଜଣା ଶୁଣା କଣ୍ଠ ଶିଳ୍ପୀ , ଅଭିନେତା ମାନଙ୍କୁ ନେଇ  ସାଂସ୍କୃତିକ କାର୍ଯ୍ୟ କର୍ମ ର ଆୟୋଜନ କରାଯାଇଛି। ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ସ୍ଥାନ ରୁ ହଜାର ହଜାର ଲୋକ ମାନଙ୍କ ଗହଳ ଚହଳ ଲାଗି ରହି ଥିବାର ଦେଖା ଯାଇଛି।

Leave A Reply

Your email address will not be published.