ଘେଁସ :-ବରଗଡ଼ ଜିଲ୍ଲା ଘେଁସ୍ ବିଦ୍ୟୁତ ସେକ୍କ୍ସନ କାର୍ଯ୍ୟାଳୟରେ ବିଦ୍ୟୁତ ବିଲ୍ ପଇଠକୁ କେନ୍ଦ୍ରକରି ଟାଟା ପାୱାର କର୍ମଚାରୀ ଜଣେ ଚାଷୀଙ୍କୁ ମାଡ଼ ମାରିଥିବା ନେଇ ମେଲଛାମୁଣ୍ତା ଥାନାରେ ଏକ ମାମାଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଉକ୍ତ ଚାଷୀ ଜଣକ ବିଦ୍ୟୁତ କାର୍ଯ୍ୟାଳୟରେ ଝଗଡ଼ା କରିଥିବା ଅଭିଯୋଗ କରି ବିଭାଗୀୟ କର୍ମଚାରୀ ସଂପୃକ୍ତ ଚାଷୀଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। କେସ୍ ନଂ ୫ ଓ ୬ କ୍ରମେ ଦୁଇ ପୃଥକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଲିଖିତ ଏତଲାର ବିବରଣୀରୁ ଜଣାଯାଇଛି ଯେ ମେଲଛାମୁଣ୍ତା ଥାନା ଅନ୍ତର୍ଗତ ବେହେରାପାଲି ପଞ୍ଚାୟତ ନୂଆପାଲି ଗ୍ରାମର ସୁରେଶ ଭୋଇ ତାଙ୍କ ଗ୍ରାମର ପାଣି ପଞ୍ଚାୟତ ଉଠାଜଳସେଚନର ବିଦ୍ୟୁତ ବିଲ୍ ପୈଠ ପାଇଁ ଘେଁସ ବିଦ୍ୟୁତ କାର୍ଯ୍ୟାଳୟକୁ ୧୫ ତାରିଖଦିନ ଆସିଥିଲେ | କାର୍ଯ୍ୟରତ ଜେଇ ତାଙ୍କୁ ୮/୧୦ ହଜାର ଟଙ୍କା ପୈଠ କରିବାକୁ କହିଥିଲେ। ଫଳରେ ୧୬ ତାରିଖ ଉକ୍ତ ଗ୍ରାମର ପାଣିପଞ୍ଚାୟତର ସଂପାଦକ କହ୍ନେଇଲାଲ ଭୋଇ ଉକ୍ତ ବିଲ ପୈଠ କରିବାକୁ ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର କାର୍ଯ୍ୟାଳୟ କର୍ମଚାରୀ ତାଙ୍କୁ ୧୬ ହଜାର ପୈଠ କରିବାକୁ କହିଥିଲେ । ଫଳରେ କହ୍ନେଇଲାଲ ଫୋନ କରି ସୁରେଶ ଭୋଇଙ୍କୁ ଅଧିକ ବିଲ ମାଗୁଥିବା ସଂକ୍ରାନ୍ତରେ ଅବଗତ କରାଇଥିଲେ। ଖବର ପାଇ ସୁରେଶ ବିଦ୍ୟୁତ କାର୍ଯ୍ୟାଳୟକୁ ଆସି ଜେଇଙ୍କୁ ବିଲ୍ ସଂକ୍ରାନ୍ତରେ ପଚାରିଥିଲେ। ମାତ୍ର ଜେଇ ସମୁଦାୟ ୩୬ ହଜାର ଟଙ୍କା ବିଲ୍ ପୈଠ କରିବାକୁ ଦାବି କରିଥିବା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ କଥା କଟାକଟି ହେବା ପରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ତାଙ୍କୁ ଆକ୍ରମଣ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛିଫଳରେ ସୁରେଶ ଭୋଇଙ୍କ ଆଖିପତା ଉପରେ ଆଘାତ ଲାଗିଥିବାରୁ ସେ ଚିକିତ୍ସା ପରେ ଥାନାକୁ ଯାଇ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗର ଜେଇ ଅଭିଜିତ ରାୟଙ୍କ ଅଭିଯୋଗ ମୁତାବକ ୧୬ ତାରିଖ ଦିନ ପ୍ରାୟ ୧୨ଟାରେ ସୁରେଶ ଭୋଇ ଘେଁସ ବିଦ୍ୟୁତ କାର୍ଯ୍ୟାଳୟକୁ ଆସି ଉଠାଜଳସେଚନର ପିଉଜ କାହିଁକି ବାନ୍ଧୁ ନାହଁ ବୋଲି କହି ଟେବୁଲ ବାଡେଇବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି। ଏନେଇ ମଧ୍ୟ ଥାନାରେ ମାମାଲା ରୁଜୁ ହୋଇଛି।
ଘଟଣାକୁ ନେଇ ଦୁଇ ପୃଥକ ମାମାଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ମେଲଛାମୁଣ୍ତା ଥାନାଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ସୂଚନା ଦେଇଛନ୍ତି। ଉକ୍ତ ଚାଷୀଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ନେଇ ବିଭିନ୍ନ କୃଷକ ସଂଗଠନର କର୍ମକର୍ତ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.
Next Post