ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ହଜାର ହଜାର ଦର୍ଶକ। ଜିଲ୍ଲା ଓ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାରଙ୍କ କଳା ପ୍ରଦର୍ଶନରେ ଉଲ୍ଲସିତ ହୋଇଉଠିଥିଲେ ପିଲାଠାରୁ ବୁଢା ସଭିଏଁ। ଅତିଥି ଭାବେ ପ୍ରଭାସ ଚନ୍ଦ୍ର ମିଶ୍ର ଓ ସଙ୍ଗୀତା ପଣ୍ଡା ଯୋଗ ଦେଇଥିଲେ। ପ୍ରଗତି ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରେ ରାଜସ୍ଥାନର ମାଂନିହାର୍ ଓ କାଲ୍ବେଲିଆ, ଟୁନି ଡ୍ୟାନ୍ସ ଗ୍ରୁପ, ମୟୁରୀଡ୍ୟାନ୍ସ ଗୃପ୍, କିଶୋର ଡ୍ୟାନ୍ସ ଗ୍ରୁପ, ସୁଦୀକ୍ଷା ମିଶ୍ର,ପ୍ରଗତିର ସମ୍ବଲପୁରୀ, ବଜାଶାଲ, ଅଟାଙ୍ଗଗୁଡା,ଇପ୍ସିତା ନାଗ, ହଂସୀକା ଧଙ୍ଗଡାମାଝୀ, ଆଦର୍ଶିନୀ ସାହୁ, ନୃତ୍ୟ ରସିକା ଡ୍ୟାନ୍ସ ଗୃପ, ଟ୍ରାଇବାଲ ଡ୍ୟାନ୍ସ ଏକାଡେମୀ, ଏକାଡେମିକ ହାଇସ୍କୁଲ, ମା ମଙ୍ଗଳା ଡ୍ୟାନ୍ସ ଗୃପ, କିଣ୍ଡର ଗାର୍ଡେନ୍, ରୁପ୍ରାରୋଡ଼ ହାଇସ୍କୁଲ, କଳାହାଣ୍ଡି କଳା କେନ୍ଦ୍ର, ନଟରାଜ ସାଂସ୍କୃତିକ ପରିଷଦ, ଲାଞ୍ଜିଗଡ ବ୍ଲକର ଖଞ୍ଜଣୀ ଭଜନ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ରିୟାଜ ଖାନ୍, ହେମନ୍ତ ସାହୁ, ଆଶୁତୋଷ ପୁରୋହିତ, ଧନଞ୍ଜୟ ପଣ୍ଡା, ସୌରଭ ମହାପାତ୍ର, ବନଶ୍ରୀ ଦାଶ, ଶିବଶକ୍ତି ପୁରୋହିତ, ଆକାଶ ମୁଣ୍ଡ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.