ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୧୭/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସମ୍ମୁଖରେ ଥିବା ଉଦ୍ୟାନ କୃଷି କାର୍ଯ୍ୟାଳୟ ରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସହକାରୀ କୃଷି ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡାବୁଗାଁ ବିଡିଓ ଶରତ ମାଝୀ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ଜିଲ୍ଲା ପରିଷଦ (ଜୋନ ୨) ସଭ୍ୟ ଗୁପ୍ତ ବିଶୋଇ ପ୍ରମୁଖ ମଞ୍ଚାସିନ ଥିଲେ। ବିଡିଓ ଶରତ ମାଝୀ କୃଷକ ମାନଙ୍କୁ କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ କୃଷକ ମାନେ ଆଧୁନିକ ଜ୍ଞାନ କୌଶଳ ଅବଲମ୍ବନ କରି ଫଳ,ଫୁଲ ଓ ପନିପରିବା ଚାଷ କରିବାକୁ କହିଥିଲେ। ଧାନ ଚାଷ ଭଳି କୃଷି ଉଦ୍ୟାନ ଚାଷ ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ବ୍ଲକ ସହକାରୀ କୃଷି ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ପ୍ରଧାନ ମନ୍ତ୍ରୀ କୃଷି ସିଚାଇ ଯୋଜନା,ଗୋ ସୁଗମ ସମନ୍ୱିତ ଉଦ୍ୟାନ କୃଷି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନା,ଶଙ୍କର ଜାତୀୟ ପନିପରିବା ଚାଷ ରେ ମିଳୁଥିବା ସହାୟତା,ଆଳୁ ଓ ପିଆଜ ଚାଷରେ ସହାୟତା,ଅମଳ ପରବର୍ତ୍ତୀ ପରିଚାଳନା ଓ ବିକ୍ରୀ ସହାୟତା,ସ୍ଵତନ୍ତ୍ର ଫଳ ଚାଷ ଯୋଜନା ,ମନରେଗା ମାଧ୍ୟମରେ ହିତାଧିକାରୀ ଜମିରେ ଫଳ ଚାଷ ଉପରେ ମିଳୁଥିବା ସରକାରୀ ସହାୟତା ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ୱାସ, ପ୍ରାଣୀ ସମ୍ପଦ ବିଭାଗ ର ସହକାରୀ ପ୍ରାଣୀ ଚିକିତ୍ସକ ଏନ ଲୋକନାଥ ରେଡ୍ଡୀ,ମୃତ୍ତିକା ସଂରକ୍ଷଣ ବିଭାଗ କର୍ମଚାରୀ ନିରଜ୍ ମଲ୍ଲିକ,ସହକାରୀ ବୈଷୟିକ ମତ୍ସ୍ୟ ଅଧିକାରୀ ସଂଗୀତା ସାମଲ ସହ ଏସ ଏଚ ଜି ଗ୍ରୁପ ର ମହିଳା ଓ ବ୍ଲକ ର ୧୦୦ ଚାଷୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.