ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ ବୋଲି କହିବା ସହିତ ଜିଲ୍ଲାବାସୀଙ୍କ ଅବଦାନକୁ ସାରା ରାଜ୍ୟ ଓ ଦେଶ ମନେ ରଖିବ ବୋଲି କହିଥିଲେ। ସେହିପରି ଜିଲ୍ଲାର ଯୁବଗୋଷ୍ଠୀ ଏବେ ସାରା ଦେଶର ନେତୃତ୍ୱ ନେବାର ସମୟ ଆସିଛି ବୋଲି କହିବା ସହିତ ଓଡ଼ିଶାର ପ୍ରଗତିରେ କଳାହାଣ୍ଡିର ଅତୁଳନୀୟ ଯୋଗଦାନକୁ ସ୍ମରଣ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପକ ସତ୍ୟ ନାରାୟଣ ମୁଣ୍ଡଛିନା ସଭା ପରିଚାଳନା ଓ ଶ୍ରୀ ମହାନନ୍ଦ ଧନ୍ୟବାଦ ଦେଇଥିଲେ।
ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ଅନ୍ତେବାସୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି କଳାକେନ୍ଦ୍ରର ଓଡିଶୀ, କାରୁଣ୍ଡ କଳାକେନ୍ଦ୍ରର ଘୁମୁରା, ଆସାମର ବିହୁ, ମୟୁରଭଞ୍ଜ ଓ ଉତ୍ତରସାହୀର ଛଉ ନୃତ୍ୟ, ହିମାଚଳର ପାହାଡ଼ୀ ନୃତ୍ୟ, ସମ୍ବଲପୁରର ଲହରୀ, ନୃତ୍ୟ ରସିକାର ଚୁଟକୁଚୁଟା, ଭବାନୀପାଟଣାର ନଟରାଜ କଳାପରିଷଦ, ସଙ୍ଗମ ଅନୁଷ୍ଠାନ, ସୋନି ଡ୍ୟାନ୍ସ ଗ୍ରୁପ, ମୟୁରୀ ଡ୍ୟାନ୍ସ ଗ୍ରୁପ, ମାଲକାନଗିରିର ଢେମସା, ଟ୍ରାଇବାଲ ପ୍ରୋଜେକ୍ଟ ଏକାଡେମୀ, ଗଞ୍ଜାମର ବିଚିତ୍ରା ବର୍ଣ୍ଣାଳୀ ଓ ନରେନ୍ଦ୍ରପୁରର ଲୋକନୃତ୍ୟ,
ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ପ୍ରଗତିର ବଜାଶାଲ ପ୍ରମୁଖ ଦର୍ଶକଙ୍କ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ସେହିପରି ଷ୍ଟାର ନାଇଟ କାର୍ଯ୍ୟକ୍ରମରେ ରାଜୁ ନନ୍ଦ, ଅମର ଦାସ, ପ୍ରମୁଖ ବିଳମ୍ବିତ ରାତିଯାଏଁ ଲକ୍ଷାଧିକ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଧୀର ନାଏକ, ଲୋଚନୀ ବାଗ, ମନୋଜ ଶର୍ମା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଆଶୁତୋଷ ପାତ୍ର, ଦୀପ୍ତିମୟୀ ସିଂ ପରିଚାଳନା କରିଥିଲେ। ଆଜି ଦିନ ତମାମ ଷ୍ଟଲଗୁଡ଼ିକରେ ପ୍ରବଳ ଭିଡ଼ ଜମିଥିବାବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଇଲକ୍ଷରୁ ଅଧିକ ଦର୍ଶକଙ୍କ ଭିଡ଼ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଓ ଏନସିସି କ୍ୟାଡେଟମାନେ ନିୟୋଜିତ ଥିଲେ।
Sign in
Sign in
Recover your password.
A password will be e-mailed to you.