ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶାନ୍ତନୁ ବିଶୋଇ ଓଡ଼ିଶା ଲୋକ ଦଳର ନୟାଗଡ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେଲେ।ଓଡ଼ିଶା ଲୋକ ଦଳର ରାଜ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୩୧/ଓଏଲଡି/୨୦୨୫ ଅନୁସାରେ ଶାନ୍ତନୁ ବିଶୋଇଙ୍କୁ ସୂଚନା ମିଳିଥିବା ସେ କହିଛନ୍ତି। ଓଡ଼ଗାଁ ବ୍ଳକର କୁରାଳ ପଞ୍ଚାୟତ ଦଣ୍ଡୋର ଗ୍ରାମରେ ଶାନ୍ତାନୁଙ୍କ ଘର।”ଓଡ଼ିଆ ପାଇଁ ଓଡ଼ିଶା” ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ନବଗଠିତ ହୋଇଥିବା ବର୍ତ୍ତମାନ ଓଡ଼ିଶାର ରାଜନୈତିକ ଅସ୍ଥିରତା ପରିପ୍ରେକ୍ଷୀରେ ଓଡ଼ିଶା ଲୋକ ଦଳ ଲୋକମାନଙ୍କ ପାଇଁ ବିକଳ୍ପ ଭାବରେ ଠିଆ ହେବ ଏବଂ ଜନସ୍ବାର୍ଥକୁ ସୁରକ୍ଷା ଦେବା ନିମନ୍ତେ ଲୋକଦଳ କାର୍ଯ୍ୟ କରିବ।ଜନ ସାଧାରଣ ତାଙ୍କୁ ସହଯୋଗ କରିବେ ବୋଲି ସେ ଆଶା ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.