ସୋହେଲା :-ସୋହେଲା ବ୍ଲକ ବାଲିପଟା ଠାରେ ପ୍ରତିବର୍ଷ ପରି ନବବର୍ଷ ୨୦୨୫ରେ ଦୀର୍ଘ ପାଞ୍ଚଦିନ ଧରି ୨୭ତମ ବୁଢାରଜା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଏଥିରେ କୁଚିପାଲି ଦଳ ତାଳିଉଡ଼ାର ଦଳ ଫାଇନାଲ କୁ ଯାଇଥିବା ବେଳେ କୁଚିପାଲି ଦଳ ଚମ୍ପିୟାନ ହୋଇଥିଲେ l ତିନିହଜାର ରୁ ଅଧିକ ଦର୍ଶକ ଖେଳ କୁ ପୂର୍ଣ୍ଣ ମାତ୍ରାରେ ଉପଭୋଗ କରିଥିବାର ଦେଖିବାକୁ ମିଳିଥିଲା l ଅତିଥି ଭାବରେ ଗୁଦେରପାଳି ସରପଞ୍ଚ ରାମଚନ୍ଦ୍ର ପାତ୍ର, ମାଂଶୁ ଭୋପଲା, ଯୁବନେତା ଶଙ୍କର ମେହେର,ଟିକିଲାଲ ପାତ୍ର, ଗୋବିନ୍ଦ ବାଗ, ପୂର୍ବତନ ସରପଞ୍ଚ ତାଳପଦର ଗ୍ରାମ ପଂଚାୟତ ନାରାୟଣ ଭୋଇ, ଦୁର୍ଯ୍ୟୋଧନ ସାହୁ, ଉପସ୍ଥିତ ହୋଇ ଖେଳାଳୀ ମାନଙ୍କୁ ଟ୍ରଫିପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ l ଖେଳକୁ ଓସିଏ ଅମ୍ପିୟାର ନାରାୟଣ ମେହେର, ସୁନ୍ଦରମଣି, ଉମେଶ ଭୋଇ, ଅନ୍ତର୍ଯ୍ୟାମୀ ପଧାନ ପରିଚାଳନା କରିଥିବା ବେଳେ ରିଙ୍କୁ ଏବଂ ମଦନ ମହାପାତ୍ର ଧାରା ବିବରଣୀ ପାଠ କରିଥିଲେ l ଖେଳ କୁ ପାଞ୍ଚଦିନ ଧରି ମହାପାତ୍ର ମିଡ଼ିଆ ୟୁଟ୍ୟୁବ ମାଧ୍ୟମରେ ସିଧାପ୍ରସାରଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.