ମହରାପଦର ରେ ପକ୍ଷୀ ଗଣନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

0 2

ଖପ୍ରାଖୋଲ ୧୬/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଉଚ୍ଚ ବିଦ୍ୟାଳୟ ଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପକ୍ଷୀ ଗଣନା ସମ୍ପର୍କିତ ସଚେତନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦ ଙ୍କ ଅଧକ୍ଷାତା ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏ ସି ଏଫ୍ ତଥା ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ, ମୁଖ୍ୟ ବକ୍ତା ରୂପେ ପରିବେଶ କର୍ମୀ ଡ଼ ଅଭୟ ଚନ୍ଦ୍ର ତ୍ରିପାଠୀ, ସମ୍ମାନୀତ ଅତିଥି ରୂପେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅଞ୍ଚଳରେ ଦେଖା ଯାଉଥିଲା ବିଭିନ୍ନ ପ୍ରଜାତିର ପକ୍ଷୀ, ବାହାରୁ ଆସୁଥିବା ପକ୍ଷୀ ସମ୍ପର୍କରେ ଛାତ୍ରୀ ଛାତ୍ର ଙ୍କୁ ଅବଗତ କରିବା ସହିତ ପକ୍ଷୀ ମାନଙ୍କ ପରିଚୟ, ବସତି ଓ ତାଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ବାହାରେ ବିଭିନ୍ନ ପ୍ରଜାତି ର ପକ୍ଷୀ ଚିହ୍ନଟ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବନବିଭାଗ କର୍ମଚାରୀ, ଶିକ୍ଷୟତ୍ରୀ ଶିକ୍ଷକ, ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ। ଆମଜଙ୍ଗଲ ଯୋଜନା ର ବିଷ୍ଣୁ ଛୁରା ପରିଚାଳନା କରିଥିବା ବେଳେ ତହସିଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.