ବରଗଡ଼ :- ଆଗାମୀ ଦଶମ ବୋର୍ଡ ପରୀକ୍ଷାରେ ବରଗଡ଼ ଜିଲ୍ଲାର A1 ଆଶାୟୀ ସାଇନିଂ ଷ୍ଟାର ଛାତ୍ର ଛାତ୍ରୀମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ତାଲିମ୍ କାର୍ଯ୍ୟକ୍ରମ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମର ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ 140 ରୁ ଉର୍ଦ୍ଧ୍ବ ସାଇନିଂ ଷ୍ଟାର ମାନଙ୍କୁ 67 ଜଣ ବିଷୟ ବିଶେଷଜ୍ଞ ଶିକ୍ଷକ 4 ଦିନ ଧରି ତାଲିମ୍ ପ୍ରଦାନ କରିବେ ।
ପ୍ରଥମ ଦିବସର ଉଦଘାଟନୀ ଉତ୍ସବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ସାଇନିଂ ଷ୍ଟାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ରୂପରେଖ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗଦେଇ ଛାତ୍ର ଜୀବନରୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ପର୍ଯ୍ୟନ୍ତ କଠିନ ପରିଶ୍ରମ ଓ ସଫଳତାର ଅନୁଭୂତି ବାଣ୍ଟିଥିଲେ । କୌଣସି ପରିସ୍ଥିତିରେ ମଧ୍ୟ ହାର ନ ମାନି ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ସାଇନିଂ ଷ୍ଟାର କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ଅଧିକ ସଂଖ୍ୟାରେ A1 ଗ୍ରେଡ ହାସଲ କରି ବରଗଡ଼ ଜିଲ୍ଲାକୁ ଗର୍ବିତ କରିବାକୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଭଟଲି ବ୍ଲକ୍ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ବରପାଲି ବ୍ଲକ୍ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା, ସୋହେଲା ବ୍ଲକ୍ ଶିକ୍ଷା ଅଧିକାରୀ ଅମୃତା ସାହୁ ଏବଂ ଅତାବିରା ବ୍ଲକ୍ ଶିକ୍ଷା ଅଧିକାରୀ ମିଶ୍ରାଣି କୁମ୍ଭାର ଯୋଗ ଦେଇ ସାଇନିଂ ଷ୍ଟାର ମାନଙ୍କୁ ଉତ୍ସାହିତ କରିଥଲେ ।
ଆୟୋଜକ କମଗାଁ ଜୁନିଅର କଲେଜ ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ +2 ସ୍ତରରେ ସ୍ଥାନୀୟ କଲେଜର ସଫଳତା ଜଣାଇବା ସହ ଆଗାମୀ ଦଶମ ବୋର୍ଡ ପରୀକ୍ଷାରେ ସାଇନିଂ ଷ୍ଟାରଙ୍କ ମଧ୍ୟରୁ ରାଜ୍ୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଷ୍ଟାରଙ୍କ ପାଇଁ ଦଶ ହଜାର ଟଙ୍କା ତଥା ପରବର୍ତ୍ତୀ ଦଶ ମଧ୍ୟରେ ସ୍ଥାନ ପାଇଁ ପାଞ୍ଚ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ପରିବାର ତରଫରୁ ଉନ୍ମୋଚିତ ହୋଇଥିବା ଗୋଟିଏ ଲେଖାଏଁ ଡାଇରୀ ସମସ୍ତ ସାଇନିଂ ଷ୍ଟାର ମାନଙ୍କୁ ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ଦୀପିକା କୁମାରୀ ଉଦଘାଟନୀ ସଭାର ଧନ୍ୟବାଦ ଅର୍ପଣ କରିଥିଲେ । ସାଧନ କର୍ମୀ ଭବାନୀ ଶଙ୍କର ଗଡତିଆ ସଭା ସଂଯୋଜନା କରିଥିଲେ ।
ସଭା କାର୍ଯ୍ୟପରେ ବିଷୟ ବିଶେଷଜ୍ଞ ଶିବଶଙ୍କର ଦାଶ, ବିରେନ୍ଦ୍ର କୁମାର ଦାଶ,ନାରାୟଣ ବିଶ୍ଵାଳ ସଞ୍ଜୀବ କୁମାର ପ୍ରଧାନ ଆଦିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କ ସନ୍ଦେହ ମୋଚନ ଚାରୋଟି ବିଭିନ୍ନ ଗ୍ରୁପରେ ଚାଲିଥିଲା ।
ପ୍ରଥମ ଦିବସର ସନ୍ଧ୍ୟାରେ ବିଜ୍ଞାନ ଶିକ୍ଷକ ସୁବୋଧ କୁମାର ସାହୁ ଓ ପ୍ରିୟବ୍ରତ ସାହୁଙ୍କ ତତ୍ତ୍ୱାବଧାନରେ ରସାୟନ ବିଜ୍ଞାନର ବିଭିନ୍ନ ପରୀକ୍ଷଣ ପ୍ରଦର୍ଶିତ ହୋଇଥିଲା ।
ସାଧନ କର୍ମୀ ଶିକ୍ଷକ ମାନେ ରାତ୍ରି 9 ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ସନ୍ଦେହ ମୋଚନ କରିଥିଲେ ।
ଏହି ଆବାସିକ ତାଲିମ୍ କାର୍ଯ୍ୟକ୍ରମରେ କମଗାଁ ଜୁନିଅର କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ଜିଲ୍ଲା ଶିକ୍ଷା ପରିବାରର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥଲେ ।
Sign in
Sign in
Recover your password.
A password will be e-mailed to you.
Prev Post