ଚବିଶ ପ୍ରହର ନାମ ଯଜ୍ଞ ଅନୁଷ୍ଟିତ।

3

ବାସୁଦେବପୁର – ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଗୁଆ ଗଡିଆ ପଞ୍ଚାୟତ ଅଧୀନ କମାର ଗାଁ ଠାରେ ଚବିଶ ପ୍ରହର ନାମ ଯଜ୍ଞ ଅନୁଷ୍ଟିତ ହୋଇ ଯାଇଛି। ତେର ତାରିଖ ରୁ ଆରମ୍ଭ ହୋଇ ସତର ତାରିଖ ରେ ସମାପ୍ତ ହେବ ବୋଲି ସୂଚନା ମିଳିଛି। ପ୍ରତିଦିନ ନାମ କୀର୍ତ୍ତନ ସହ ପ୍ରସାଦ ସେବନ ଭଳି କାର୍ଯ୍ୟ କର୍ମ ଆୟୋଜନ କରାଯାଇଛି। ସଭାପତି ନିଶାକର ପାଣିଗ୍ରାହୀ, ସମ୍ପାଦକ ଭରତ କୁମାର ନାୟକ, ଉପ ସଭାପତି ସତ୍ୟ ସୁନ୍ଦର ବେହେରା, ମନୋଜ ଅଗସ୍ତି, ଭାବଗ୍ରାହୀ ବାରିକ୍, ତପନ ପାଢୀ, କଳ୍ପତରୁ ନାୟକ, ଜଗ ଜୀବନ ଦାସ, ଙ୍କ ସହ ବହୁ ଯୁବ ବନ୍ଧୁ, ଗ୍ରାମ ବାସୀ ଉପସ୍ଥିତ ରହି ପ୍ରତି ଦିନ ର କାର୍ଯ୍ୟ କର୍ମ କୁ ସଫଳ କରାଉ ଛନ୍ତି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଭକ୍ତ ମାନଙ୍କ ର ସମାଗମ ହେଉ ଥିବାର ଦେଖା ଯାଇଛି।

Leave A Reply

Your email address will not be published.