ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ସ୍ଥିତ ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ସମାପନ ହୋଇଯାଇଛି। ଏହି ଦୁଇ ଦିବସୀୟ କ୍ରୀଡ଼ା ସମାରୋହ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ତଥା କ୍ରୀଡ଼ା ପରିଷଦର ସଭାନେତ୍ରୀ ଡ. ମନସ୍ଵିନୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ପ୍ରଶିକ୍ଷିକା ବିଜୟଲକ୍ଷ୍ମୀ ପଣ୍ଡା ଏହି ଦୁଇ ଦିବସୀୟ ପ୍ରତିଯୋଗିତାରେ ୧୦୦ମିଟର ଏବଂ ୨୦୦ମିଟର ଦୌଡ , ଉଚ୍ଚ ଡିଆଁ , ଲମ୍ବ ଡିଆଁ , ପୁଟିଙ୍ଗ ଦ ସଟ୍ , ଡିସକସ୍ ଥ୍ରୋ ଆଦି ଖେଳର ପରିଚାଳନା କରିଥିଲେ। ଉଦଯାପନ ଦିବସରେ ସଭାର ମୁଖ୍ୟ ଅତିଥି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପକ ରାଧାକାନ୍ତ ଭୁୟାଁ ଯୋଗଦେଇ ଛାତ୍ରୀମାନଙ୍କୁ ଗୁରୁତ୍ଵପୂର୍ଣ୍ଣ ଉପଦେଶ ଦେବା ସହ କ୍ରୀଡ଼ାରେ ବିଜୟୀ ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ପ୍ରତିଯୋଗିତାରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ କଳା ଛାତ୍ରୀ ସୁଶ୍ରୀ ନିରୂପମା ଗମାଙ୍ଗ ଚାମ୍ପିଅନ ଘୋଷିତ ହୋଇଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଡ. ମନସ୍ବିନୀ ଦାସ ସଭା ପରିଚାଳନା କରିଥିଲେ ଏବଂ କ୍ରୀଡ଼ା ପରିଷଦର ଉପ ସଭାପତି ଡ. ନୃସିଂହ ପ୍ରସାଦ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ସହ କ୍ରୀଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଦୁଇ ଦିବସୀୟ କ୍ରୀଡ଼ା ଉତ୍ସବକୁ ସଫଳ କରିବାରେ ସମସ୍ତ ଶିକ୍ଷକ , ଅଣଶିକ୍ଷକ ଏବଂ ସ୍ଵେଚ୍ଛାସେବୀ ଛାତ୍ରୀମାନେ ବିଶେଷ ସହଯୋଗ କରିଥିଲେ। ଶେଷରେ କ୍ରୀଡ଼ା ପରିଷଦର ସହ ସଭାପତି ତଥା ଅର୍ଥନୀତି ଅଧ୍ୟାପକ ଶ୍ରୀ ଭଗବାନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.