ରଘୁନାଥ ବିଦ୍ୟାପୀଠ ଛାତ୍ରଙ୍କ ବାର୍ଷିକ ବନ୍ଧୁମିଳନ

2

ଓଡ଼ଗାଁ,୨୯।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ୧୯୮୩ ମାଟ୍ରିକ୍ ବ୍ୟାଚ୍ ଛାତ୍ର ମାନଙ୍କର ଷଷ୍ଠ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଓଡ଼ଗାଁ ସନ୍ନିକଟ ବୁଢ଼ାବୁଢ଼ୀ ଆଣି ଡ଼୍ୟାମ ଠାରେ ଆନନ୍ଦ ଓ ଉଦ୍ଦୀପନାର ସହ ଅନୁଷ୍ଠିର ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଛାତ୍ର ଏକାଠି ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଛାତ୍ର ପ୍ରମୋଦ କୁମାର ପାତ୍ର, ଉପେନ୍ଦ୍ର ଗନ୍ତାୟତ, ପ୍ରଦୀପ୍ତ କୁମାର ବିଶ୍ଵାଳ ଓ ପ୍ରଦୀପ ମହାପାତ୍ର ଓ ମିନକେତନ ସାହୁଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥଲା । ସମସ୍ତ ଛାତ୍ର ମିଳିତ ହୋଇ ଅତୀତର ସ୍ମୃତିକୁ ମନେ ପକାଇ ବାଲ୍ୟ ଜୀବନ ଶୈଳୀକୁ ପୁନଃ ଉଦଯିବିତ କରିଥିଲେ । ସେହିପରି ଉକ୍ତ ବିଦ୍ୟାଳୟର ୧୯୮୭ ମସିହା ବ୍ୟାଚ ଛାତ୍ରମାନେ ଓଡ଼ଗାଁ ରାମ ସାଗର ପାର୍କ ମଣ୍ଡପରେ ସଭାପତି ସୁଶାନ୍ତ ପାତ୍ରଙ୍କ ତତ୍ବାବଧାନରେ ୮୦ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ନେଇ ବନ୍ଧୁମିଳନ ଉତ୍ସବର ମଜା ଉଠାଇଥିବା ବେଳେ ସେହି ବିଦ୍ୟାଳୟର ୧୯୮୮ ମସିହାର ଛାତ୍ର ମାନେ ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ମଧ୍ୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆଗାମୀ ଦିନରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖି ଅଧିକରୁ ଅଧିକ ସାଥିଙ୍କୁ ସାମିଲ କରିବାକୁ ସମସ୍ତେ ନିଷ୍ପତ୍ତି ଗ୍ରହଣ କରିଥିଲେ ।

Leave A Reply

Your email address will not be published.