ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱରର ବୁଦ୍ଧ ମନ୍ଦିର ଠାରେ ପାରଳାଖେମୁଣ୍ଡିର ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ପୁସ୍ତକ “ଅନନ୍ୟ ପାରଳା ଅନନ୍ୟ ବ୍ୟକ୍ତିତ୍ୱ” ଉନ୍ମୋଚନ ଉତ୍ସବ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକା ଡ.ଇନ୍ଦିରା ଦତ୍ତ , ବିଶିଷ୍ଟ ସାହିତ୍ୟିକା ଡ. ବାସନ୍ତୀ ମହାନ୍ତି , ପୌରୁଷ ର ସମ୍ପାଦକ ଡ଼.ଅସିତ ମହାନ୍ତି , ରମାଦେବୀ ବିଶ୍ୱ ବିଦ୍ୟାଳୟ ପ୍ରଧ୍ୟପକ ଡ଼. ମାନସ ବେହେରା , ଭିଜା ମାଟିର ସମ୍ପାଦିକା ଚିନ୍ମୟୀ ଷଡ଼ଙ୍ଗୀ , ତୀର ତରଙ୍ଗ ର ସମ୍ପାଦିକା ବନ୍ଦନା ମିଶ୍ର , ସମୀକ୍ଷକ ଭାବେ ଇଂ.ବିଷ୍ଣୁ ମୋହନ ଅଧିକାରୀ ଓ ମଞ୍ଚ ସଂଚାଳକ ଭାବେ ବିଘ୍ନେଶ୍ୱର ସାହୁ ମଞ୍ଚାସୀନ କରିଥିଲେ।
ଏହି ସଭାରେ ମଞ୍ଚାସୀନ ଅତିଥି ଗଣ ପୁସ୍ତକ ଉପରେ ଆଲୋଚନା କରିବା ସହ ପାରଳାର ଭୁୟସୀ ପ୍ରଶଂସା କରିଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ସମ୍ମାନ ପ୍ରଦାନ କରାଯାଇଥିଲା।
ଶେଷରେ ଡା .ସୁକନ୍ୟା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.