ବିଜେପୁରରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପ୍ରସ୍ତୁତି

2

 ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ବିଜେପୁରଠାରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ରାଷ୍ଟ୍ର ଜାଗରଣ ଅଭିଯାନ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସ୍ଥାନୀୟ ରେଡିଆନ୍ସ ଶିକ୍ଷାନୁଷ୍ଠାନ ନିକଟରେ ଆଗାମୀ ୨ରୁ ୫ ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପିଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏହି ସମାରୋହ ପାଇଁ ବିଗତ ଦୁଇସପ୍ତାହ ହେବ ଯଜ୍ଞକୁଣ୍ଡ, ପୂଜା ମଣ୍ଡପ, ଭୋଗମଣ୍ଡପ, ପ୍ରବଚନ ପ୍ରେକ୍ଷାଳୟ ଆଦି ପାଇଁ କାମ ଚାଲିଛି। ଶାଢିକୁଞ୍ଜ ହରିଦ୍ଵାର ମାର୍ଗଦର୍ଶନରେ ନୀତିନିଷ୍ଠାର ସହିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l
ପ୍ରଥମ ଦିବସ ଗୁରୁବାର ସକାଳ ୧୦ଟାରୁ କଳସ ଶୋଭାଯାତ୍ରା, ଶୁକ୍ରବାର, ଶନିବାର ଓ ରବିବାର ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ ୧୦୮ ଯୋଡ଼ି ଯଜ୍ଞର କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯ଟା ଯାଏ ପ୍ରଜ୍ଞା ପ୍ରବଚନ ଚାଲିବ ଗୁରୁବାର ଅପରାହ୍ନ ହେବ ହରିଦ୍ଵାର ସମେତ ଭାରତର ବିଭିନ୍ନ ଧାର୍ମିକପୀଠରୁ ବହୁସଂଖ୍ୟାରେ ଗାୟତ୍ରୀ କର୍ମକର୍ତ୍ତା, ସାଧୁସନ୍ଥ, ରାଷ୍ଟ୍ର ଭକ୍ତ ଆଦି ସମବେତ ହେବାର ସୂଚନା ରହିଛି। କାର୍ଯ୍ୟକ୍ରମରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ଦୃଷ୍ଟି ରଖି ପାକିଂ, ପାନୀୟ ଜଳ, ସ୍ବାସ୍ଥ୍ୟ, ବିଦ୍ୟୁତ, ଶୃଙ୍ଖଳା, ପରିମଳ ଆଦି ଦିଗ ପ୍ରତି ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଭିନ୍ନ କମିଟି ଓ ସବ୍‌କମିଟିମାନ ଗଠନ କରାଯାଇଛି। ବରଗଡ଼ ଜିଲ୍ଲାସ୍ତରୀୟ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆୟୋଜକ କମିଟିର ସଭାପତି ପ୍ରଫୁଲ୍ଲ ନାୟକ, ସମ୍ପାଦକ ଅଶ୍ବିନୀ ସାହୁ, ରେଡିଆନ୍ସ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ୍ ଅଜିତ ମେହେରଙ୍କ ସମେତ ସଦସ୍ୟବୃନ୍ଦ, ସହଯୋଗୀଙ୍କ ଉଦ୍ୟମରେ ବ୍ୟାପକ ପ୍ରସ୍ତୁତି ଚାଲିଛି।

Leave A Reply

Your email address will not be published.