ନବରଙ୍ଗପୁର ;29.12.2024,ଅଶୋକ ସାହୁ, ଶାସକ ପ୍ରଶାସକ,ଆସନ୍ତା ଜାନୁୟାରୀ ୦୨ ରୁ ୦୭ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଭୋପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା ୬୮ ତମ ସର୍ବ ଭାରତୀୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ହକି କ୍ରୀଡା ପାଇଁ ଓଡ଼ିଶା ଦଳ ପକ୍ଷରୁ ଖେଳିବା ନିମନ୍ତେ ନବରଙ୍ଗପୁର ଜିଲ୍ଲାରୁ ତିନି ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ହଳଧର ସାନ୍ତା, ସମୀର ସାନ୍ତା ଏବଂ ଜଗେନ୍ଦ୍ର ଭତ୍ରା । ଏମାନେ ସମସ୍ତେ ମଙ୍ଗଳ ବିଭାଗ ର ଭାମିନି ବିଦ୍ୟାଳୟର ଛାତ୍ର ଅଟନ୍ତି। ସୂଚନା ଯୋଗ୍ୟ ଯେ ସବୁବେଳେ ହକି କ୍ରୀଡାର ଗଡ କୁହାଯାଉଥିବା ସୁନ୍ଦରଗଡ଼, କେଉଁଝର ଅଞ୍ଚଳରୁ ରୁ ହିଁ ଅଧିକାଂଶ କ୍ରୀଡାବିତ୍ ଓଡ଼ିଶା ପାଇଁ ଚୟନ ହୋଇ ଥାନ୍ତି କିନ୍ତୁ ପ୍ରଥମ ଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କେ ବି କେ ଅଞ୍ଚଳରୁ କୌଣସି କ୍ରୀଡାବିତ୍ ହକି ଖେଳରେ ଓଡ଼ିଶା ଦଳରେ ସାମିଲ ହୋଇପାରିଛନ୍ତି ଏବଂ ଇତିହାସ ସୃଷ୍ଟି କରିଛନ୍ତି। ଏହି ଖବର ପ୍ରାପ୍ତ ହେଲା ପରେ ନବରଙ୍ଗପୁର ଜିଲ୍ଲାପାଳ ତଥା କ୍ରିଡା ସଂଘର ସଭାପତି ଡ.ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା , କ୍ରିଡା ସଂଘର ସମ୍ପାଦକ ପ୍ରହାଲାଦ ତ୍ରିପାଠୀ , ଉପସଭାପତି ଏମ. ବାଲାକୃଷ୍ଣା ରାଓ , ସହ ସଂପାଦକ ମନୋଜ କୁମାର ପଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, ସଂଘର ବରିଷ୍ଠ ସଭ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଖେଳାଳି ମାନଙ୍କ ସହ କ୍ରୀଡା ଶିକ୍ଷକ ତଥା ଏହି କ୍ରୀଡାବିତ୍ ମାନଙ୍କର କୋଚ୍ କିଶୋର ସିଲ ଙ୍କୁ ଶୁବେଛା ଜଣାଇଛନ୍ତି । ଏଥି ସମେତ ଜିଲ୍ଲାର ବରିଷ୍ଠ ପ୍ରାକ୍ତନ କ୍ରୀଡାବିତ୍ ମାନେ ଖୁସି ପ୍ରକଟ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post