ଧାନ କ୍ରୟରେ କଟନିଛଟନି ଓ ମିଲର ଦାଦାଗିରି ପ୍ରତିବାଦରେ ଭବାନୀପାଟଣାରେ ୧୨ ଘଣ୍ଟିଆ ଧର୍ମଘଟ

2

ଭବାନୀପାଟନା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବିକ୍ଷୋଭକାରୀମାନେ ଶନିବାର ୧୨ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି। ଭବାନୀପାଟଣାର କଂଗ୍ରେସ ବିଧାୟକ ସାଗର ଚରଣ ଦାସ ଧାନ କାଟନି ଛଟନି ବିରୋଧରେ ଧର୍ମଘଟ ଏବଂ ଧାନ କ୍ରୟରେ ତ୍ରୁଟି ହେଉଥିବା ଦର୍ଶାଇ ଏହି ଧର୍ମଘଟ ଡାକରା ଦେଇଛନ୍ତି। ଧାନ କ୍ରୟରେ ସମସ୍ତ ଭୁଲ୍ ପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି।ବିଧାୟକ କହିଛନ୍ତି ଯେ, ଯଦି ଧାନ କ୍ରୟ ଦାବି ଶୀଘ୍ର ପୂରଣ ନ ହୁଏ ତେବେ ଅଧିକ ବିରୋଧ କରାଯିବ। ମଣ୍ଡି ପରିଚାଳନାରେ ଦାୟିତ୍ବହୀନତା, ଲଗାତାର ବର୍ଷା ଯୋଗୁ ଫସଲ କ୍ଷୟକ୍ଷତି ଏବଂ ଧାନ କ୍ରୟରେ କାଟନି ଛଟନି ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।(ସେ ଅଭିଯୋଗ କରିଛନ୍ତି, ମଣ୍ଡିରେ କୃଷକମାନେ ପ୍ରତାରିତ ହେଉଛନ୍ତି। ମଣ୍ଡିରେ ବିକ୍ରି ହେଉଥିବା ୫୦ କିଲୋ ବ୍ୟାଗ ଧାନକୁ ମଣ୍ଡି ମାଲିକମାନେ ଧାନ ବ୍ୟାଗକୁ ୭ କିଲୋଗ୍ରାମ୍ କମ୍ ଓଜନ କରି କୃଷକମାନଙ୍କୁ ପ୍ରତାରଣା କରୁଛନ୍ତି। ସେମାନେ ୭ କିଲୋଗ୍ରାମ୍ ହଡ଼ପ କରି କୃଷକମାନଙ୍କୁ କେବଳ ୪୩ କିଲୋଗ୍ରାମ୍ ଧାନର ଟଙ୍କା ଦେଉଛନ୍ତି। ଅଖା ବ୍ୟାଗ ଏବଂ ଦଉଡି ନାମରେ କୃଷକମାନଙ୍କୁ ସେମାନ ଲୁଟ୍ କରୁଥିବ‌େ ସେ ଅଭିଯୋଗ କରିଛନ୍ତି)ମନ୍ତ୍ରୀମାନଙ୍କର ସମସ୍ତ ପ୍ରତିଶ୍ରୁତି ମିଥ୍ୟା ପାଲଟିଥିବା ସେ ଅଭିଯୋଗ କରିଛନ୍ତି। ମଣ୍ଡିରେ ଉପଯୁକ୍ତ କ୍ରୟ ପ୍ରକ୍ରିୟା ଦାବି କରି ସରକାରଙ୍କୁ ସେ ଚେତାବନୀ ଦେବା ସହିତ ଯଥା ଶୀଘ୍ର ଧାନ କ୍ରୟରେ ସ୍ୱଚ୍ଛତା ଦାବି କରିଛନ୍ତି।

Leave A Reply

Your email address will not be published.