କେନ୍ଦୁଝର,ତା୨୦/୯- କେନ୍ଦୁଝର ଠାରେ ଥିବା ମୁନସିପାଲଟି କଲ୍ୟାଣ ମଣ୍ଡପ ଠାରେ ଜିଲା ଇସ୍କନ ସଂଘ ତରଫରୁ ରାଧାଷ୍ଟାମୀ ଧୁମଧାମରେ ପାଳିତ ହୋଇଯାଇଛି। ଜିଲାର କୋଣ ଅନୁକୋଣରୁ ବହୁ ଇସ୍କନ ଭକ୍ତ ଭାଇଭଉଣୀ ମାନେ ଯୋଗଦାନ କରିଥିଲେ। ସୁନ୍ଦର ସୁସଜ୍ଜିତ ମଞ୍ଚରେ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମେ ଯଜ୍ଞ ପରେ ଅଭିଷେକ,ପୂଜାପାଠ ଓ ସାନ୍ଧ୍ୟ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ,ସନ୍ଧ୍ୟା ବନ୍ଦନା, ତୁଳସୀ ବନ୍ଦନା,ଦହି ହାଣ୍ଡି ଭାଙ୍ଗିବା, ସହିତ ସାମୂହିକ କୀର୍ତ୍ତନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇସ୍କନର ପ୍ରମୂଖ ଢେଙ୍କିକୋଟର କ୍ରିଷ୍ଣା ବାବା ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସକ୍ରିୟ ସହଯୋଗ କରିଥିଲେ। ନିମନ୍ତ୍ରିତ ହୋଇ ଢେଙ୍କିକୋଟର ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁଙ୍କ ସମେତ ବହୁ ଇସ୍କନ ଭକ୍ତ,ବୁଦ୍ଧିଜୀବୀ,ଜ୍ଞାନୀଗୁଣୀ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ। ଆକର୍ଷଣୀୟ ସାଜ୍ଜସଜ୍ଜା ସହିତ ସୁନ୍ଦର ବ୍ୟବସ୍ଥା ସଭିଙ୍କୁ ବିମୋହିତ କରିଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.