ବିଜେପୁର ବ୍ଲକ ଅଧ୍ୟକ୍ଷ ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ

2

ବିଜେପୁର /ସୁଶାନ୍ତ ସାହୁ ବିଜେପୁର ବ୍ଳକ ଅଧ୍ୟକ୍ଷଙ୍କ ମୋତିରାମ ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଉପ-ଜିଲ୍ଲାପାଳଙ୍କୁ ଫେରାଦ୍ ହୋଇଛନ୍ତି ପଞ୍ଚାୟତ ସମିତିର ବହୁ ସଭ୍ୟ/ ସଭ୍ୟା। ଅଭିଯୋଗ ମତେ,ପଂଚାୟତ ସମିତି ଅଧ୍ୟକ୍ଷ ପ୍ରାୟ ୯ମାସ ହେଲା କୌଣସି ସମିତି ବୈଠକ ଡାକୁନାହାନ୍ତି । ବ୍ଳକ କାର୍ଯ୍ୟାଳୟରେ ସବୁବେଳ ଅନୁପସ୍ଥିତ ରହୁଛନ୍ତି ଏବଂ  ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକରେ ଦୁର୍ନିତି ଲିପ୍ତ ଅଛନ୍ତି ବୋଲି ଅଭିଯୋଗ କରିଥିଲେ। ଏ ନେଇ ଗତକାଲି ଏକ ବୈଠକ ଆୟୋଜନ କରାଯାଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ କାର୍ଯ୍ୟକଳାପରେ ଅସନ୍ତୋଷ  ବଢି ବଢ଼ି ଯାଇଛି। ତେଣୁ ଅଧ୍ୟକ୍ଷ ଶ୍ରୀ ସାହୁ ଆସ୍ଥା ହରାଇଛନ୍ତି ବୋଲି ଅଭିଯୋଗ କରାଯାଇ ତାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରି ଉପ-ଜିଲ୍ଲାପାଲଙ୍କ ଠାରେ ଫେରାଦ୍ ହୋଇ ଆଇନ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.