ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଶୋକସଭା ଅନୁଷ୍ଠିତ

2

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ମନମୋହନ ସିଂଙ୍କ ବିୟୋଗରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି I ଏହି ଶୋକ ସଭାରେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ଶରତ ଚନ୍ଦ୍ର ଚୌଧୁରୀ, ଶୁଭ୍ରମନ୍ୟୁ ନାୟକ, ପ୍ରକାଶ ଦାଶ, ଗୋପାଳ ପାତ୍ର, ଶଶାନନ୍ଦ ପ୍ରଧାନ, ଅଜିତ ନାୟକ, ରାଜେଶ ସାହୁ, ଟାର୍ଜନ ସାହୁ, ଚିତ୍ତରଞ୍ଜନ ସାହୁ, ଅଶୋକ ପାତ୍ର, ସଞ୍ଜୟ ଦିଗାଲ, ଶୁଭ୍ରମନ୍ୟୁ ନାୟକ, ନିଥ ନାୟକଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ ଦଳର ନେତା ଓ କର୍ମୀ ଯୋଗ ଦେଇ ପୂର୍ବତ୍ତନ ପ୍ରଧାନମନ୍ତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା ସହ ସ୍ମୃତି ଚାରଣ କରିଥିଲେ I ତାଙ୍କରି ବିୟୋଗରେ ଭାରତ ଜଣେ ବିଶିଷ୍ଟ ଅର୍ଥନିତିଜ୍ଞଙ୍କୁ ହରାଇଲା ବୋଲି ଆଲୋଚନା ହୋଇଥିଲା I ସ୍ବର୍ଗତ ମନମୋହନ ସିଂଙ୍କ ତୈଳ ଫୋଟ ଚିତ୍ରରେ ପୁଷ୍ପ ଦେଇ କ୍ୟାଣ୍ଡେଲ ଜାଳି ଏକ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା I

Leave A Reply

Your email address will not be published.