ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- , ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିବି ମୁକ୍ତ ଭାରତ ଅଭିଯାନର ୧୦୦ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ଷଡଙ୍ଗୀଙ୍କ ସମେତ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ,ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ରଥ ପ୍ରମୁଖ ମଞ୍ଚାସୀନ ଥିଲେ I ଜନ ସଚେତନତା ମାଧ୍ୟମରେ ହିଁ ଟିବି ମୁକ୍ତ ଭାରତ ଗଠନ ସମ୍ଭବ ହୋଇପାରିବ, ତେଣୁ ପ୍ରତ୍ୟେକ ବିଭାଗ ନିଜ ନିଜ ସ୍ତରରେ ଟିବି ସମ୍ପର୍କରେ ଜନ ସଚେତନତା କରାଯିବା ଉଚିତ୍ ବୋଲି ବିଭାଗୀୟ ଅଧିକାରୀ ମାନେ ମତ ବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମକୁ ଟିବି ସୁପରଭାଇଜର ଦୂର୍ଗା ପ୍ରସାଦ ପାତ୍ର ପରିଚାଳନା କରିଥିଲେ I ଭାରତକୁ ଟିବି ମୁକ୍ତ କରିବା ପାଇଁ ଏକ ଶପଥପାଠ ହୋଇଥିଲା I କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.