ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୭/୧୨/୨୪ଡାବୁଗାଁ ବ୍ଲକ କଂଗ୍ରେସ ଦଳ ତରଫରୁ ଆଜି ପୂର୍ବତନ ପ୍ରଧାନ ମନ୍ତ୍ରୀ ଡକ୍ଟର ମନ ମୋହନ ସିଂ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଦିବଙ୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡକ୍ଟର ସିଂ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। କଂଗ୍ରେସ ର ବ୍ଲକ ସଭାପତି ଜି ସାଇ ରାଜୁ ଡକ୍ଟର ମନ ମୋହନ ସିଂ ଙ୍କ ସ୍ମୃତି ଚାରଣ କରିବା ସହ ସେ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ, ସୁଶାସକ,ତଥା ଶାନ୍ତ ସ୍ୱଭାବର ବ୍ୟକ୍ତିତ୍ଵ ଥିଲେ ବୋଲି କହିଥିଲେ। ୨୦୦୪ ଓ ୨୦୦୯ ମସିହାରେ ଦୁଇ ଥର ଭାରତ ର ପ୍ରଧାନ ମନ୍ତ୍ରୀ ଆସନରେ ଅଳଙ୍କୃତ ହୋଇଥିବା ବେଳେ ଭାରତ ରେ ଆର୍ଥିକ ସଂସ୍କାର କରି ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ବୋଲି କହିଥିଲେ। ସୂଚନା ଥାଉ କି ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ଡକ୍ଟର ମନ ମୋହନ ସିଂ ୨୬ ତାରିଖ ରେ ସ୍ବାସ୍ଥ୍ୟାବସ୍ଥା ଖରାପ ପରେ ଦିଲ୍ଲୀ ର ଏମ୍ସ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ରାତ୍ର ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଆଜି ର ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ର ପୂର୍ବତନ ଜୋନ ୨ ସଭାପତି ବଇଁଶୀ ଧର ମାଝୀ, କଂଗ୍ରେସ ର ପୂର୍ବତନ ଜିଲ୍ଲା ସମ୍ପାଦକ ବାବୀ ଜେନା, ପୂର୍ବତନ ବ୍ଲକ କଂଗ୍ରେସ ଯୁବ ସଭାପତି ଶଶି ଧର ମାଝୀ, ଧବଳେଶ୍ଵର ନାୟକ,କେଶବ ରେଲି ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.