ଭବାନୀପାଟଣା :ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ୨୭/୧୨: କଳାହାଣ୍ଡି ଜିଲ୍ଲା ସ୍ତରୀୟ ସୁଶାସନ କର୍ମ ଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳା ମୁଖ୍ୟ ଅତିଥି ଭାବେ ପରମବ୍ରହ୍ମ ଯୋଷୀ, ଅବସରପ୍ରାପ୍ତ,ଓଡିଶା ପ୍ରଶାସନିକ ସେବା ଅଧିକାରୀ ଯୋଗଦାନ କରି ସୁଶାସନ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ବିଭିନ୍ନ ଉପାଦାନ ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଏବଂ ଅତିରିକ୍ତ ଜିଲ୍ଲାପାଳ,(ରାଜସ୍ୱ)ବଇତୁରା ଦୀପ, ସୁଶାସନ କର୍ମ ଶାଳା ପାଳନ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଲୋକଙ୍କ ସମସ୍ୟା/ଅଭିଯୋଗ ଆଶୁ ସମାଧାନ ଦିଗରେ ତତ୍ପରତା ଦେଖାଇବା ଏବଂ ନିର୍ଦ୍ଧୀଷ୍ଟ ସମୟ ସୀମା ମଧ୍ୟରେ ସମାଧନ କରିବା ଦିଗରେ ଆଲୋକପାତ କରିଥିଲେ। ପରିଶେଷରେ ଡେପୁଟି ଜିଲ୍ଲାପାଳ ସତ୍ୟନାରାୟଣ ମେହେର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.