ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ପୁନଃ ଆୟୋଜନ ପାଇଁ ଜେକେ କାଗଜ କଳକୁ ଅନୁରୋଧ

13

ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ପୁନଃ ଆୟୋଜନ ପାଇଁ ଜେକେ କାଗଜ କଳକୁ ଅନୁରୋଧ

ରାୟଗଡା,22.9.26: ରାୟଗଡ଼ା: ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପୂର୍ବରୁ ଜେକେ କାଗଜ କଳ ପକ୍ଷରୁ ଆୟୋଜିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିରକୁ ପୁନର୍ବାର ଆରମ୍ଭ କରିବାକୁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡା ଜିଲ୍ଲା ପକ୍ଷରୁ ଅନୁରୋଧ କରାଯାଇଛି।
ଏନେଇ ସଂଘ ପକ୍ଷରୁ ଜେକେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ମୃତିରେଖା କରଙ୍କୁ ଏକ ଅନୁରୋଧପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ଜେକେ କାଗଜ କଳ ପକ୍ଷରୁ ରାୟଗଡ଼ା ସହରସ୍ଥିତ କମ୍ୟୁନିଟି ହଲ୍‌ରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ନିୟମିତ ଭାବେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଥିଲା। ଏହି ଶିବିରରେ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଡାକ୍ତରଙ୍କ ପରାମର୍ଶ ଏବଂ ଆବଶ୍ୟକ ଔଷଧ ମାଗଣାରେ ଯୋଗାଇ ଦିଆଯାଉଥିଲା।

ପ୍ରତି ଶିବିରରେ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଉପକୃତ ହେଉଥିଲେ। ତେବେ ଗତ କିଛି ବର୍ଷ ଧରି ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଏହାକୁ ପୁନଃ ଆରମ୍ଭ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ଅନୁରୋଧପତ୍ର ଗ୍ରହଣ କରି ଶ୍ରୀମତୀ ସ୍ମୃତିରେଖା କର ଏହି ସ୍ୱାସ୍ଥ୍ୟ ଶିବିରକୁ ପୁନଃ ଆୟୋଜନ କରିବା ନେଇ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ଓ ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.