ଅଗ୍ରଣୀ କୃଷକ ତଥା କର୍ମଯୋଗୀ ସ୍ବର୍ଗତ ରବି ପାଢ଼ିଙ୍କ ୮୧ ତମ ଜୟନ୍ତୀ ପାଳିତ।

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ ତଥା ସ୍ବାଭିମାନୀ କୃଷକ ନେତା ସ୍ବର୍ଗତ ରବି ପାଢି ଙ୍କ ୮୧ ତମ ଜୟନ୍ତୀ ଆଜି ସ୍ଥାନୀୟ ପଣସ ଗୁଡ଼ା ସ୍ଥିତ ସ୍ୱାଭିମାନ ଛକ ଠାରେ ପାଳିତ ହୋଇଯାଇଛି । ଏହି ଅବସର ରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସର ରେ ସ୍ବର୍ଗତ ରବି ପାଢ଼ି ସ୍ମୃତି କମିଟି ପକ୍ଷରୁ ଏକ ସ୍ମୃତିଚାରଣ ସଭା ଅନୁଷ୍ଟିତ ହୋଇଥିଲା । ଏହି ସଭା ରେ ବିଧାୟକ ଶ୍ରୀ ଗମାଙ୍ଗ, ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ସ୍ମୁତି କମିଟି ର ସଭାପତି ଲକ୍ଷ୍ମୀ ଚାନ୍ଦ ସାହୁ ସମ୍ପାଦକ ପତିତ ପାବନ ପାଢି, ଲୋକ ନାଥ ପାଢି, ନୀରଞ୍ଜନ ପାଢି, ନୀଳ ମାଧବ ପାଢି, ରଞ୍ଜିତ ପାଢି, ରଜତ ପାଢି, ସମାଜ ସେବୀ ଅକ୍ଷୟ ଦାସ, ଅଶୋକ ରଥ, ବରିଷ୍ଟ ଓକିଲ ରାଜେନ୍ଦ୍ର ପାଢି , ଡଃ ରାମ ନାରାୟଣ ମହାନ୍ତି , ଅଧ୍ୟାପକ ଶର୍ମିଲା ସାମନ୍ତରା ପୂର୍ବତନ କାଉନସିଲର ଶ୍ରୀକାନ୍ତ ବେହେରା ସହ ବହୁ ଶୁଭେଚ୍ଛୁ ଯୋଗ ସ୍ବର୍ଗତ ରବି ପାଢି ଙ୍କ ସ୍ମୁତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଉମା ଶଙ୍କର ଦାସ ସଂଯୋଜନା କରିଥିଲେ । ଏହି ଅବସର ରେ ଥାଇଲାଣ୍ଡ ବରକୁଳି ଚାଷକରି ପ୍ରସଂଶା ସାଉଁଟିଥିବା ଆଦର୍ଶ କୃଷକ ସଫଳ ଚାଷୀ ପୀତବାସ ଶବର ଙ୍କୁ ମାନପତ୍ର ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା। ଏହି ମାନ ପତ୍ର କୁ ଶିକ୍ଷକ ଅଶ୍ଵିନୀ ତ୍ରିପାଠୀ ପାଠ କରିଥିଲେ ।

 

Leave A Reply

Your email address will not be published.