ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟି ବୈଠକ

3

ସୁବର୍ଣ୍ଣପୁର/ଶାସକ ପ୍ରଶାସକ (ପ୍ରକାଶ ହାତୀ)ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ,ରାମଧୂନ କ୍ଲବ, ବାପୁଜୀ କ୍ଲବ, ବ୍ଲକଛକ ଦୁର୍ଗାପୂଜା କମିଟି, ସ୍ଵଚ୍ଛଭାରତ ସଙ୍ଗଠନ, ପ୍ରାଇଭେଟ୍ ବସ୍ ମାଲିକ ସଂଘ, ମାରୱାଡ଼ି ଯୁବା ମଞ୍ଚ, ଜିଲ୍ଲା କ୍ରିକେଟ ସଂଘ,ହୋଟେଲ ମାଲିକ ସଂଘ, ଚନ୍ଦ୍ରିକା ସେବା ଟ୍ରଷ୍ଟ ଓ ବଣିକ ସଂଘ କର୍ମକର୍ତ୍ତା ପ୍ରମୁଖ ଙ୍କସହ ଚଳିତ ବର୍ଷ ସୁବର୍ଣ୍ଣ ଲୋକ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଥିଏଟର ମାର୍ଚ୍ଚ କୁ ଅତ୍ୟଧିକ ଆକର୍ଷଣୀୟ କରିବାପାଇଁ ସମସ୍ତଙ୍କର ମତ ଲୋଡ଼ାଯାଇଥିଲା। ପ୍ରଥମେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନପରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ,ସିଡିଓ ଅଶ୍ଵିନୀ କୁମାର ମେହେର ଓ ଉପସ୍ଥିତ ସମସ୍ତ ସଭ୍ୟ ନିଜ ନିଜର ମତାମତ ରଖିଥିଲେ।

ଆଜିର ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ପ୍ରଦ୍ୟୁମ୍ନ ସାହୁ, ମାନଭଞ୍ଜନ ମିଶ୍ର, ବେଣୀ ମାଧବ ବେଦବାକ, ଉମେଶ କୁମ୍ଭାର, ଲଡୁ କିଶୋର ମଲ୍ଲିକ,ଚୌଧୁରୀ ବିଭାର, ଦିଲ୍ଲୀପ ପାତ୍ର, ନିଶାନ୍ତ ମହାନ୍ତି, ସୁବ୍ରତ ସେଠୀ, ପିଣ୍ଟୁ ପଣ୍ଡା , ଭାସ୍କର ଦାଶ, ନିରାକାର ଦେହେରୀ, ନାରାୟଣ ରଥ ,ସୋନି ଅଗ୍ରୱାଲ ପ୍ରମୁଖ ଙ୍କସହ ବିଭିନ୍ନ ବ୍ଲକର ବିକେଏସ୍ ଏସ୍ ସଭାପତି ଉପ ସଭାପତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.