ଏଥଲେଟିକ ଆସୋସିଏସନ୍, ଖରମୁଣ୍ଡା ପକ୍ଷରୁ ୧୬ ତମ ଅକ୍ଷୟ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

3

  ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଖେଳ ପଡିଆ ଠାରେ ୧୬ ତମ ଅକ୍ଷୟ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡ. ସୁଦାମ ସାହୁ ଏବଂ ଫାର୍ମାସିଷ୍ଟ ଅନିଲ କୁମାର ପଧାନ ଯୋଗଦାନ କରି ଖେଳାଳି ତଥା ଆୟୋଜକ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ଆଠଟି ଦଳ ମଧ୍ୟରେ ଘଡାଘୋଟ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିବା ବେଳେ, ଫାଇନାଲ ମ୍ୟାଚ ବରଗଡ଼ ସହ ବେଲପାହାଡ଼ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇ ଶେଷରେ ବେଲପାହାଡ଼ ଦଳ ବିଜୟୀ ହୋଇଥିଲେ। ସଂଧ୍ୟାରେ ଉଦଯାପନୀ ଉତ୍ସବରେ  ମୁଖ୍ୟଅତିଥି ଭାବେ ଲଲିତ କୁମାର ପଣ୍ଡା, ଯୋଗେଶ ରଣା କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ବିଶ୍ୱମୟ ପୂଜାରୀ,ରକ୍ଷକ ଖବର କାଗଜର ସମ୍ପାଦକ, ତୁଳସୀ ରାମ ପୂଜାରୀ,ସଚିତାନନ୍ଦ ପଧାନ, ତ୍ରିଲୋଚନ ବେହେରା, ରାଧେଶ୍ୟାମ ବରିହା, ପଞ୍ଚାବନ ପଧାନ,ଅଚ୍ୟୁତା ଦାଶ,ବିଜୟ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। ଗୈାରାଙ୍ଗ ପାଣ୍ଡେ, ଶ୍ରୀନିବାସ ରାଓ,ଅନିଲ ପଧାନ, ଜିତୁ ପଧାନ,ତରଣୀ ଲୁହା,ଅଜୟ ପଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଖପାଖ ଅଞ୍ଚଳରୁ ଶତାଧିକ ଖେଳ ପ୍ରେମୀଙ୍କ ସମେତ ଜନସାଧାରଣ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଭରପୁର ମଜା ଉଠାଇଥିଲେ।

Leave A Reply

Your email address will not be published.