କଂଗ୍ରେସ୍ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚଳିତ ବର୍ଷ ଚାଷ ଆରମ୍ଭ ଏବଂ ଧାନ ଗଛରେ ଫୁଲ ଧରିବା ସମୟରେ ନିଅଣ୍ଟିଆ ବର୍ଷା ବର୍ଷା ହେତୁ ଚାଷୀକୂଳ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଧାନ ଅମଳ ସମୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କର ବର୍ଷକର ଆହାରକୁ ଛଡାଇ ନେଇଛି I ସମଗ୍ର ରାଜ୍ୟରେ ଚାଷୀଙ୍କର ଏହିଭଳି ଖରାପ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗଂଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଚାଷୀମାନେ ମଧ୍ୟ ଏଥିରେ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି I ତେଣୁ ବ୍ଳକ୍ ର କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ବେଲଗୁଣ୍ଠା କଂଗ୍ରେସ୍ ପକ୍ଷ ରୁ ବେଲଗୁଣ୍ଠା ତହସିଲଦାରଙ୍କ ମାଧ୍ୟମରେ ମାନ୍ୟବର ଖାଦ୍ୟମନ୍ତ୍ରୀ ଏବଂ ଗଂଜାମ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ସୋରଡ଼ା ବିଧାନ ସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା, ଯୁବ ନେତା ପ୍ରଶାନ୍ତ ବିଷୋୟୀ,ବିନାୟକ ଗୌଡ଼ ବୁଦ୍ଧଦେବ ମଳିକ, ସନ୍ତୋଷ ସାହୁ, ମନୋଜ ବରଡ଼ଙ୍କ ସମେତ ବହୁ କଂଗ୍ରେସ୍ କର୍ମୀ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ I

Leave A Reply

Your email address will not be published.