ଓଡ଼ିଶାର ଜଣେ ଅନ୍ୟତମ ସଂଗ୍ରାହକ ତଥା ବହିମଣିଷ ଭାବେ ପରିଚିତ ବିକାଶ ଶତପଥୀଙ୍କୁ ବହିବନ୍ଧୁ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଟାଇମପାସ ପ୍ରକାଶନୀ ପକ୍ଷରୁ ଗୁରୁ କେଳୁଚରଣ ସଭାଗୃହରେ ଦୁଇଦିନ ଧରି ଚାଲିଥିବା ଉତସାହିତ୍ୟର ପ୍ରଥମ ଦିବସରେ ଏହି ପୁରସ୍କାର ଶ୍ରୀ ଶତପଥୀଙ୍କୁ ପ୍ରଦାନ କରାଯାଇଛି।ନିଜର ବ୍ୟକ୍ତିଗତ ସୁଖସୁବିଧାକୁ ପଛକୁ ପକାଇ ତଥା ଜଣେ ଉଚ୍ଚଶିକ୍ଷିତ ହୋଇ ୧୯୯୦ ମସିହାରୁ ପାଠାଗାର ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ଶ୍ରୀ ଶତପଥୀଙ୍କ ସମର୍ପଣକୁ ବରେଣ୍ୟ ଅତିଥିମାନେ ଆଜିର ଯୁବପିଢ଼ିମାନଙ୍କ ପାଇଁ ପ୍ରେରଣାଦାୟୀ ଉଦାହରଣ ଭାବେ ଅବତାରଣା କରିଥିଲେ। ହାତରୁ ମୋବାଇଲ ଛାଡ଼ି ବହି ଖଣ୍ଡିଏ ପଢ଼ିବା ପାଇଁ ଶ୍ରୀ ଶତପଥୀଙ୍କ ପ୍ରଚେଷ୍ଟାକୁ ମନେ ପକାଇ ଟାଇମପାସ ର ମୁଖ୍ୟ ସରୋଜ ବଳ ଟାଇମପାସ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଥିଲେ।ଏଥିରେ ଉଦଘାଟକ ଭାବେ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ପ୍ରଶାସକ ତଥା କଥାକାର ତରୁଣକାନ୍ତି ମିଶ୍ର ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ ଉପସ୍ଥିତ ରହି ପୁସ୍ତକ ଆମର ପରମବନ୍ଧୁ ଉପରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକ ବିଜୟ ମଲ୍ଲ ପରିଚାଳନା କରିଥିଲେ। ବାଇଚଢ଼େଇ ର ସମ୍ପାଦକ ବିକାଶ ଶତପଥୀଙ୍କୁ ଏହି ପୁରସ୍କାର ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.