“ପ୍ରଶାସନ ଗାଉଁ କି ଔର ” ୨୦୨୪:ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁ ଗାଁ ବ୍ଲକରେ କର୍ମଶାଳା

1

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୨୩.୧୨.୨୦୨୪: ଆଜି ଡ଼ାବୁ ଗାଁ ବ୍ଲକରେ ଜିଲ୍ଲାରେ ସୁଶାସନ ସପ୍ତାହ ପାଳନ ଅବସରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। “ପ୍ରଶାସନ ଗାଉଁ କି ଔର” କାର୍ଯ୍ୟକ୍ରମ ଅଧୀନରେ ସାଧାରଣ ଲୋକଙ୍କ ଅଭିଯୋଗ ଓ ତାର ସମାଧାନ,ଅଧିକାରୀଙ୍କ ଦାୟିତ୍ୱବୋଧ,ସମସ୍ତ ଜନ କଲ୍ୟାଣକାରୀ ଯୋଜନା ର ଲାଭ ଯେଭଳି ସମସ୍ତଙ୍କୁ ନିଶ୍ଚିତ ରୂପେ ମିଳିବ ତା ଉପରେ ଏହି କାର୍ଯ୍ୟକ୍ରମ ଗତ ୧୯ ୧୨.୨୦୨୪ ରୁ ୨୪.୧୨.୨୦୨୪ ପର୍ଯ୍ୟନ୍ତ ଚାଲୁ ରହିଛି।ଆଜି ଏହି ଅବସରରେ ଡ଼ାବୁ ଗାଁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ଏବଂ ପରେ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସ୍ବାଗତ କରିଥିଲେ। ସୁଶାସନ ର ଉତ୍ତମ ଅଭ୍ୟାସ ର ମାନଦଣ୍ଡକୁ ଉଦ୍ଧିଷ୍ଟ ପୋର୍ଟାଲ ରେ ଅପଲୋଡ୍ କରିବା, ଜନ କଲ୍ୟାଣ ଯୋଜନା କୁ ଲୋକାଭିମୁଖୀ କରିବାରେ ପ୍ରଶାସନ ର ଦାୟିତ୍ୱ, ସର୍ବୋତ୍ତମ କାର୍ଯ୍ୟ ବିଧି ଚିହ୍ନଟ, ପ୍ରୋତ୍ସାହନ ଓ ଦସ୍ତାବିଜ୍ ସଂଗ୍ରହଣ , ଗ୍ରାମଭିମୁଖି ପ୍ରଶାସନ, ଜନ ସାଧାରଣଙ୍କ ଅଭିଯୋଗ ଶୁଣାଣି କରି ତାର ଉଚିତ୍ ସମାଧାନ ଉପରେ ଆଲୋଚନା ହୋଇଥିଲା।ସୁଶାସନ ର ଅର୍ଥ ,ଉଦ୍ଦେଶ୍ୟ,କାର୍ଯ୍ୟକାରିତା,ସୁଫଳ ଉପରେ ଏକ ପି ପି ଟି ମାଧ୍ୟମ ରେ ସମସ୍ତ ଅଧିକାରୀ ଦେଖିଥିଲେ ।କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.