ପୂର୍ବତନ ଓଡିଶା ଓ ଝାଡ଼ଖଣ୍ଡର ମୁଖ୍ୟ ବିଚାରପତି ମାନଙ୍କର ଭୁବନେଶ୍ବର କୋର୍ଟ ପରିଦର୍ଶନ

3

ଭୁବନେଶ୍ବର/21.12.2024-ଆଜି ଭୁବନେଶ୍ଵର ନୂତନ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ କୁ ଏକ ସୌଜନ୍ୟ ମୂଳକ ପରିଦର୍ଶନରେ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏସ. ମୁରଲିଧରନ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ସହ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ପରିଦର୍ଶନ ରେ ଆସିଥିଲେ I
ଏହି ଅବସରରେ ଭୁବନେଶ୍ଵର ଓକିଲ ସଂଘ ତରଫରୁ ମାନ୍ୟବର ପୂର୍ବତନ ମୁଖ୍ୟ ବିଚାରପତି ଦ୍ୱୟ ଏହି ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣରେ ତାଙ୍କର ବିଶେଷ ସହଯୋଗିତା ପାଇଁ ସମ୍ବନ୍ଧିତ କରାଯାଇଥିଲା I ଏବଂ ବିଚାରପତି ଶ୍ରୀ ଗୌରୀ ଶଙ୍କର ଶତପଥୀ ଙ୍କୁ ବିଶେଷ ଭାବେ ସମ୍ଵର୍ଦ୍ଧିତ କରାଯାଇ ଥିଲା I ସମସ୍ତ ବିଚାରପତି ବୃନ୍ଦ ଙ୍କୁ ଭୁବନେଶ୍ବର ଓକିଲ ସଂଘ ସଭାପତି ଶ୍ରୀ କୁନ୍ଦନ ରଥ, ସମ୍ପାଦକ ଶ୍ରୀ ଦୀପକ ଦାସ, ଉପସଭାପତି ଶ୍ରୀ ଦୁର୍ଗାପ୍ରସାଦ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ଭୁବନେଶ୍ବର ପୂର୍ବତନ ଓକିଲ ସଂଘ ସଭାପତି ଶ୍ରୀ ନିର୍ମଳ କିଶୋର ରଥ, ଶ୍ରୀ ପ୍ରମୋଦ ପଟ୍ଟନାୟକ, ପୂର୍ବତନ ଭୁବନେଶ୍ବର ଓକିଲ ସଂଘର ଉପସଭାପତି ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ , ଏବଂ କୋଷାଧ୍ୟକ୍ଷ ଶ୍ରୀ ଜଗଦୀଶ ବେହେରା, ଆଇନଜୀବୀ ଶ୍ରୀ ଅଞ୍ଜନ କୁମାର ସାମନ୍ତରାୟ, ଅଶୋକ ଚନ୍ଦ୍ର ବଡପଣ୍ଡା, ଦୀପ୍ତିମୟୀ ପଣ୍ଡା, ଅନେକ ଆଇନଜୀବୀଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଜଜ ଶ୍ରୀ ନିଶିଥ ନିଶାଙ୍କ ଅଦାଲତ ପରିଦର୍ଶନ କରିବା ପାଇଁ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ପାଛୋଟି ନେଇଥିଲେ I ପରିଦର୍ଶନ ପରେ ଶ୍ରୀ ମୁରଲିଧରନ ମନ୍ତବ୍ୟ ଦେଇଥିଲେ ଏହା ଭାରତର ଏକ ଅନନ୍ୟ କୋର୍ଟ କମ୍ପ୍ଲେକ୍ସ I ଏହି ପରିସରକୁ ଛାତ୍ର ଛାତ୍ରୀ ମାନଙ୍କୁ ଆଣି ବିଚାରାଳୟର ପରିବେଶ ଓ କାର୍ଯ୍ୟଧାରା କୁ ବୁଝାଇବା ସହ ପରିଦର୍ଶନ କରାଇଲେ ତାଙ୍କର ଆଇନ ବୃତ୍ତିକୁ ଆସିବା ପାଇଁ ଆକୃଷ୍ଟ କରିବ I

Leave A Reply

Your email address will not be published.