E.I.C ଆନୁକୁଲ୍ୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ।

3

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲିକୋଟ:୧୮/୧୨ ଆପେ
ବଞ୍ଚିଲେ ବାପ ର ନାଁ ବୋଲି କଥା ପ୍ରସଙ୍ଗରେ
କହିଥାନ୍ତି। ହେଲେ ଏବକୁ ଯୋ ହାରରେ ଦିନକୁ ଦିନ ଯାନବାହାନ ଚଳାଚଳ କରୁଛି।
ନିଜକୁ ତ ବଞ୍ଚାଇବାକୁ କଷ୍ଟ ବ୍ୟାପାର ‌ହୋଇପଡିବ, ଅନ୍ୟ ପକ୍ଷରେ ବେପା ରୁଆ
ଗାଡି ଚଲେଇବା ଯୋଗୁଁ ଅନ୍ୟ ର ଜୀଵନ
ନେବାକୁ ପଶ୍ଚାତପଦ ହୋଇ ନଥାଏ ।
ସରକାର ତଥା ସ୍ବେଛାସେବୀ ସଂସ୍ଥାମାନଙ୍କ
ବାରମ୍ବାର ତାଗିଦ ସତ୍ତ୍ୱେ ଗାଡି ଚାଳନା ର
ତ୍ରୁଟି ପରିଲକ୍ଷିତ ହୋଇଥାଏ। ଏଅଵସରରେ
EAST INDIA CONSORTIUM ର
କର୍ମ ଚାରୀ ମାନେ ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ସମୟରେ,
ଡ଼୍ରାଇଭର ତଥା ବାଇକ୍ ଆରୋହୀ ଙ୍କୁ ଗୋଲାପ ଫୁଲ ଦେଇ ଆପ୍ୟାୟିତ କରିବାର ପରିଲକ୍ଷିତ ହୋଇଥିଲା। ତା ସଙ୍ଗେ ସଙ୍ଗେ
ସେମାନଙ୍କୁ ସଡ଼କ ସୁରକ୍ଷା ଉପରେ ଵୁଝାଇ
ଥିବା ଜଣାପଡ଼ିଛି। ସଡ଼କ ସୁରକ୍ଷା ଜୀବନ ରକ୍ଷା। ଦୃତଗତି-ମହାଵିପତ୍ତି । ହେଲମେଟ
ପିନ୍ଧନ୍ତୁ-ମୂଲ୍ୟଵାନ-ଜୀଵନ ପ୍ରତି ସଚେତନ
ହୁଅନ୍ତୁ । ଦୁଇ ଚକିଆ ଗାଡ଼ି ରେ ଦୁଇଜଣ ରୁ
ଅଧିକ ଵସନ୍ତୁ ନାହିଁ । ଚାରି ଚକିଆ ଚଳାଇବା
ବେଳେ ସିଟ୍ ଵେଲଟ୍ ବ୍ୟବହାର କରନ୍ତୁ ।
ଏଥି ସହ ଅନ୍ୟାନ୍ୟ ବିଷୟ ପ୍ରତି ସଚେତନ ଅଭିଯାନ ଚଳାଇଥିବା ପରିଲକ୍ଷିତ ହୋଇଥିଲା

Leave A Reply

Your email address will not be published.