ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ – ୨୦୨୪ ର ଦ୍ବିତୀୟ ସନ୍ଧ୍ୟା

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଗଜପତି ଉତ୍ସବର ଦ୍ବିତୀୟ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ଯକ୍ଷତାରେ ମୁଖ୍ୟଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦାନ କରିଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ , ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ଯକ୍ଷା ନିର୍ମଳା ସେଠୀ , ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର କୁମାର ପଣ୍ଡା , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି , ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ବି. ସାୟାମ୍ମା, ଅଧ୍ଯକ୍ଷା , ପଞ୍ଚାୟତ ସମିତି, କାଶୀନଗର ସମେତ ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରଥମ ସଂଧ୍ୟାରେ ୧୬ ଗୋଟି ନୃତ୍ୟ ଦଳ ଆର୍. ଉଦୟଗିରି ର ଲୋକ ନୃତ୍ୟ , ଗୁମ୍ମା ର ଲୋକ ନୃତ୍ୟ , ନବୋଦୟା ବିଦ୍ୟାଳୟ , ଜୟ ମା ସନ୍ତୋଷୀ କୋଲାଟାନ୍ ଡ୍ୟାନ୍ସ ଗ୍ରୁପ୍ ,
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଓଡିଶୀ , ମହାରାଷ୍ଟ୍ର , ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସମଲେଇ ନୃତ୍ୟକଳା ପରିଷଦର ସମ୍ବଲପୁରୀ ନୃତ୍ୟ , ଗଞ୍ଜାମ ର ପଶୁମୁଖା ନୃତ୍ୟ , ରାଜସ୍ଥାନ , ଆସାମ ର ବିହୁ ନୃତ୍ୟ , ପଶ୍ଚିମବଙ୍ଗ ର ପୁରୁଳିଆ ଛଉ , ବରଗଡ ର ସମ୍ବଲପୁରୀ , କ୍ରିଏଟିଭ୍ ଆର୍ଟସ୍ ର ଆଦିବାସୀ ନୃତ୍ୟ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିବା ସହ ଝିପି ଝିପି ବର୍ଷା ରେ ସାଂସ୍କୃତିକ ସନ୍ଧ୍ୟାର ଭରପୁର ମଜା ଉଠାଇ ଥିଲେ ଦର୍ଶକ।

Leave A Reply

Your email address will not be published.