ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ୍ ପକ୍ଷରୁ ଆଜି ଡିସେମ୍ବର ୧୯ ତାରିଖ ଗୁରୁବାର ୨୦୨୪ ଦିନ ମଧ୍ୟାହ୍ନ ସମୟରେ ଭଞ୍ଜନଗରସ୍ଥ ଟାଉନ୍ ହଲ୍ ଠାରେ ସାଇବର ଅପରାଧର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଆଧୁନିକତା ଯେତେ ଆଗକୁ ଗଲାଣି ଅନ୍ ଲାଇନ୍ ଠକେଇ ସେତେ ଅଧିକ ହେବାର ଦୃଷ୍ଟି ଗୋଚର ହେଉଅଛି। ସାଇବର ଠକେଇ ମାଧ୍ୟମ ରେ ଡକାୟତ ମାନେ ନିରୀହ ଲୋକମାନଙ୍କ ଲକ୍ଷ ଲକ୍ଷ ଟଙ୍କାର କଷ୍ଟ ଅର୍ଜିତ ସମ୍ପତି କୁ ନିମିସେକ ଲୁଣ୍ଠନ କରିନେଉଛନ୍ତି। ମୋବାଇଲ ମାଧ୍ୟମ ରେ ମହିଳା ମାନଙ୍କ ଅଶ୍ଳୀଳ ଭିଡିଓ ଏବଂ ଗୁପ୍ତ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ବ୍ଲାକମିଲିଂ କରି ବହୁ ଅର୍ଥ ଶୋଷି ନେଉଛନ୍ତି। ଏପରି ସମସ୍ୟା କୁ ଦୃଷ୍ଟି ରେ ରଖି ଆଜି ଭଞ୍ଜନଗର ଥାନା ପକ୍ଷରୁ ଭଞ୍ଜନଗର ଟାଉନ ହଲ ଠାରେ ଥାନା ଅଧିକାରୀ କୁମାର ମୁଦୁଲି ଙ୍କ ପୌରାହିତ୍ୟ ରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପ୍ରୋବେଶନର ଏସପି ସୁଶ୍ରୀ ମନୀଷ ସଗୁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ସାଇବର ଠକେଇ କିପରି ରୋକାଯାଇପାରିବ ଏବଂ ସାଇବର ଠକ ମାନଙ୍କୁ କିପରି କାବୁ କରାଯାଇ ପରିବା ସେ ବିଷୟ ଉପରେ ବିସ୍ତୃତ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ର ସମାଧାନ ବାଟ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ ଏବଂ ବୁଗୁଡା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଯୋଗ ଦେଇଥିଲେ । ଏବଂ ଅରକ୍ଷିତ ପରିଛା ଏଥିରେ ସଭା ସଂଯୋଜନା କରିଥିଲେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇଥିଲେ। ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କ ସହ ସାଇବର ଠକେଇ ର ଶିକାର ହୋଇଥିବା ବହୁ ଅଭିଯୋଗକାରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଭଞ୍ଜନଗର ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ର ସଦସ୍ୟ ମାନେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ। ତତ୍ପରେ ବେଲଗୁଣ୍ଠା ରୋଡ଼ ଠାରେ ବେପାରୁଆ ଗାଡି ଚାଳକ ମାନଙ୍କୁ ଫୁଲ ଦେଇ ସଚେତନ କରାଯାଇଥିଲା। ସେଶରେ ଭଞ୍ଜନଗରସ୍ଥ ଥାନା ଅଧିକାରୀ ଉପରିସ୍ଥ ସମସ୍ତ ସାମ୍ବାଦିକ ବନ୍ଧୁ, ଛାତ୍ରଛାତ୍ରୀ ଓ ସହରର ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।