ଇମ୍ଫା-ଜେଏସ୍‌ଡବ୍ଲୁ ଗ୍ରିନ୍ ଏନର୍ଜି ବୁଝାମଣା: ସୌର, ପବନ ଶକ୍ତିରେ ନିବେଶ

3

ଭୁବନେଶ୍ଵର, ୧୮/୧୨/୨୦୨୪: ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ୍‌ ଫେରୋ ଆଲୟଜ୍ ଲିମିଟେଡ୍‌ (ଇମ୍ଫା) ଏହାର ସ୍ମେଲଟର ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍‌ଡବ୍ଲୁ ଏନର୍ଜି ସହ ଏକ ଯୌଥ ଉଦ୍ୟୋଗ ଘୋଷଣା କରିଛି। ଇମ୍ଫା ପକ୍ଷରୁ ଜେଏସ୍‌ଡବ୍ଲୁ ଗ୍ରିନ୍ ଏନର୍ଜି ୱାନ୍ ଲିମିଟେଡ୍ ଓ ଜେଏସ୍‌ଡବ୍ଲୁ ଗ୍ରିନ୍ ଏନର୍ଜି ସେଭେନ୍ ଲିମିଟେଡ୍‌ ସହିତ ରାଜିନାମା ସ୍ୱାକ୍ଷର କରାଯାଇଛି। ଏହା ୫୦ ମେଗାୱାଟ୍‌ର ‌ସୋଲାର ଓ ୧୦୦ ମେଗାୱାଟ୍‌ର ପବନ ଶକ୍ତି , ମୋଟ ଚୁକ୍ତି ଅଧାରିକ କ୍ଷମତା ୭୦ ମେଗାୱାଟ୍‌ ପ୍ରକଳ୍ପରେ ୮୩.୨୬ କୋଟି ଟଙ୍କା ନିବେଶ କରିବ । ଏଥି ସହିତ ଇମ୍ଫା ପକ୍ଷରୁ ନିଜସ୍ଵ ବ୍ୟବହାର ଲାଗି ୨୫ ବର୍ଷିଆ ଅବଧିର ଏକ ବିଦ୍ୟୁତ୍‌ ଶକ୍ତି କ୍ରୟ ରାଜିନାମା ସ୍ୱାକ୍ଷର କରାଯିବ।

ଇମ୍ଫା ପକ୍ଷରୁ ଯାଜପୁରର କଳିଙ୍ଗନଗର ଠାରେ ବାର୍ଷିକ ୧,୦୦,୦୦୦ ଟନ୍ କ୍ଷମତା ବିଶିଷ୍ଟ ଏକ ନୂଆ କାରଖାନା ସ୍ଥାପନ କରାଯାଉଛି। ଏହା କମ୍ପାନିର ଫେରୋକ୍ରୋମ୍ ଉତ୍ପାଦନ କ୍ଷମତାକୁ ବଢ଼ାଇବ। ଏହି ରାଜିନାମା ସମ୍ପର୍କରେ କମ୍ପାନି ର ଭାଇସ ପ୍ରେସିଡେଣ୍ଟ ତଥା ହେଡ୍ – ପାୱାର ବିଜନେସ ୟୁନିଟ୍ ଶ୍ରୀ ବିନୟ ଅଗ୍ରୱାଲ୍ କହିଛନ୍ତି ଯେ କାର୍ବନ ଫୁଟ୍‌ପ୍ରିଣ୍ଟ କମ୍ କରିବା ଲାଗି ଅକ୍ଷୟ ଶକ୍ତି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ସୌର ଓ ପବନ ଶକ୍ତିର ମିଶ୍ରଣ ସହ ଆମେ ଏକ ସବୁଜ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.