ପଦ୍ମପୁର :- ଭଟଲି ଦଧିବାମନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ମହାସମାରୋହରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କ୍ରୀଡ଼ା ସଂସଦର ସମ୍ପାଦକ ସୁବ୍ରତ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଖେଳାଳୀମାନେ ଏକ ବିଶାଳ ଶୋଭାଯାତ୍ରା ରେ ଦଧିବାମନ ମନ୍ଦିରଠାରୁ କଲେଜ ଖେଳ ପଡ଼ିଆ ପର୍ଯ୍ୟନ୍ତ ମଶାଲ ଆଣିଥିଲେ । ଶପଥ ପାଠ ପରେ ଖେଳ ଶିକ୍ଷକ କ୍ୟୈସ୍ତୁଭ ସରାଫଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଅତିଥି ଭାବେ ଶ୍ରୀଯୁକ୍ତ ଅଚ୍ୟୁତ ବୁଧିଆ, ଗୋପାଳ ନାୟକ, ଅକ୍ଷୟ ନାୟକ ଯୋଗଦାନ କରିଥିଲେ। ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ସଭା ପରିଚାଳନା କରି ଥିବା ବେଳେ କ୍ରୀଡା ସଂସଦର ସମ୍ପାଦକ ସୁବ୍ରତ ଷଡ଼ଙ୍ଗୀ ଓ ଶୈଳେଶ ଶତପଥୀ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଚୁଳାମଣି ରଥ, ସୁଜିତ ପୁରୋହିତ, ବିରାଟ ପ୍ରଧାନ, ଦୀପକ ପତି, ଶମ୍ଭୁନାଥ ଠାକୁର, ଜ୍ୟୋତି ତ୍ରିପାଠୀ, ଦୀପ୍ତିବାଳା ପ୍ରଧାନ, ନମିତା ଭୋଇ,ସୀମା ବରିହା,ରିମା ବାଗ, ନିବେଦିତା ଷଡ଼ଙ୍ଗୀ, କୁମୁଦ ମାଝୀ, ଆଦିତ୍ୟ ସିଂ, ମୁକ୍ତା ସାମର୍ଥ, ଅଭିଜିତ ମିଶ୍ର , ହିମାଂଶୁ ସାହୁ, ଶରତ ବନଛୋର, ଭକ୍ତ ପୋଡ଼, ବିକ୍ରମ ନାଏକ,ସୁପେସ ପାଣିଗ୍ରାହୀ,ନିରଞ୍ଜନ ରଥ, ନଳୀନି ମେହେର, ନଗେଶ ପତି, ରିଙ୍କୁ ଦେହେରୀ, ଶୁଭମ ଭୁଏ , ଫଣିନ୍ଦ୍ର ଠେଲା, ରାମାନନ୍ଦ ସାଗର ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post