ବାଲେଶ୍ଵର ଖଇରା ( ବୁଲୁ ଲେଙ୍କା) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ସଭାଗୃହରେ ଆଜି ଆମପୋଲିସ ଓ ଓଡିଶା ସାମ୍ବାଦିକ ୟୁନିୟନ ମିଳିତ ସହଯୋଗରେ ସାଇବର କ୍ରାଇମ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବାଲେଶ୍ୱର ଡିଆଇଜି ଡ.ସତ୍ୟଜିତ ନାଇକି ଯୋଗ ଦେଇ ସମାଜରେ ଘଟୁଥିବା ବିଭିନ୍ନ ସାଇବର ଠକେଇ ଉପରେ ବକ୍ତବ୍ୟ ରଖିବା ସହିତ ସଚେତନ କରାଇଥିଲେ। କର୍ମଶାଳାକୁ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଗଙ୍ଗାଧର ରାଉତ ପରିଚାଳନା କରିଥିବା ବେଳେ ଅନ୍ୟତମ ଅଥିତି ଭାବେ ଖଇରା ବ୍ଲକ ଅଧକ୍ଷା ଅଭିଲିପ୍ସା ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ। ଏଥିରେ ଖଇରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ, ଖଇରା ବ୍ଲକର ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏହି କର୍ମଶାଳା ରେ ଭାଗ ନେଇଥିଲେ।ବାଲେଶ୍ୱର ସାଇବର ଏକ୍ସପୋଟ ପ୍ରଜେକ୍ଟର ମାଧ୍ୟମରେ ସଚେତନ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post