ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରେ ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ୫୩ ତମ ବିଜୟ ଦିବସ ପାଳନ ହୋଇ ଯାଇଛି।୧୯୭୧ ମସିହାରେ ହୋଇଥିବା ଯୁଦ୍ଧ ରେ ଭାରତ ର ବିଜୟ ସହ ସହିଦ ଯବାନ ମାନଙ୍କ ସ୍ମୃତି କୁ ମନେ ପକାଇବା ସହ ତିନି ଦିନ ବ୍ୟାପୀ ବିଜୟ ଦିବସ ପାଳନ ହୋଇ ଯାଇଛି। ପ୍ରଥମ ଦିନ ରେ ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ କାର୍ଯ୍ୟାଳୟ ପରିସର ରେ ପତାକା ଉତ୍ତୋଳନ ସହ ଏକ ବାଇକ୍ ଶୋଭାଯାତ୍ରା ସ୍ଥାନୀୟ ଚାରି ଵାଟିଆ ଅଭିମୁଖେ ଆୟୋଜନ କରାଯାଇଥିଲା। ସେହିପରି ଦ୍ବିତୀୟ ଦିନ ରେ ସ୍ଥାନୀୟ ଏଡତାଳ୍ ଠାରେ ଥିବା ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଜୟ ଦିବସ ପାଳନ ଉପରେ କାର୍ଯ୍ୟ କର୍ମ କରାଯାଇଥିଲା। ସଂଘ ର ସଭାପତି, ସମ୍ପାଦକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପିଲାମାନଙ୍କୁ ସେଦିନ ର ସ୍ମୃତି ବିଷୟରେ ଅନେକ କଥା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ତୃତୀୟ ଦିନରେ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ଏକ ସଭା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା। ସଂଘ ର ସମ୍ପାଦକ କୈଳାଶ ଚନ୍ଦ୍ର ନାଥ ଙ୍କ ସଂଯୋଜନା ରେ ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇ ଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଖିଳ ଓଡିଶା ଭେରେରିଆନ ପୂର୍ବତନ ସୈନିକ ସଂଘ ସଭାପତି ମହେଶ୍ୱର ବେହେରା, ସମ୍ପାଦକ ଉମେଶ ଚନ୍ଦ୍ର ଚଇନି, ବାଲେଶ୍ଵର ଅବସର ପ୍ରାପ୍ତ ସୈନିକ ସଂଘ ସଭାପତି ଚନ୍ଦ୍ରମଣି ମହାପାତ୍ର, ଓ ଏ ଏସ ମନୋରଞ୍ଜନ ନାୟକ, ପୂର୍ବାସା ପତ୍ରିକା ର ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ବାସୁଦେବପୁର ଅବସର ପ୍ରାପ୍ତ ସୈନିକ ସଂଘ ସଭାପତି ଶରତ କୁମାର ନାୟକ ଯୋଗ ଦେଇ ଅନେକ ବିଷୟ ଆଲୋଚନା କରିଥିଲେ। ସଭାପତି ଶ୍ରୀଯୁକ୍ତ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ କୈଳାଶ ଚନ୍ଦ୍ର ନାଥ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର କବିତା ପାଠ କରିଥିଲେ। ଏହି ଅବସର ରେ ଚାରି ଜଣ ଡ ଉମାକାନ୍ତ ଖୁଣ୍ଟିଆ, ଶଶଧର ମହାଳିକ, ବୀର ନାରୀ ସ୍ବର୍ଗତ ସୁବେଦାର ବଳରାମ ମହାନ୍ତି ଙ୍କ ପତ୍ନୀ କନକ ଲତା ମହାନ୍ତି, ସ୍ବର୍ଗତ ରାମ ଚନ୍ଦ୍ର ସ୍ୱାଇଁ ଙ୍କ ପତ୍ନୀ ସୁଜାତା ମଣି ସ୍ୱାଇଁ ଙ୍କୁ ବିଧାୟକ ଅଶୋକ କୁମାର ଦାସ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସର ରେ କୁନି କୁନି ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କର୍ମ ଆୟୋଜନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post