ଗାନ୍ଧୀ ସ୍ମୃତି ଦିବସ ପାଳନ।

3

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ପଞ୍ଚାୟତ ଅଧୀନ ଚାରି ବାଟିଆ ଠାରେ ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ସ୍ମୃତି ଦିବସ ପାଳନ ହୋଇ ଯାଇଛି। ଗାନ୍ଧୀ ସ୍ମୃତି ଭବନ ଠାରେ ଅନେକ ସମାଜ ସେବୀ, ରାଜନେତା, ପଞ୍ଚାୟତ ସରପଂଚ, ଜନ ସାଧାରଣ ଆସି ଗାନ୍ଧୀ ଙ୍କ ପ୍ରତିମୃତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ଅବସର ଗ୍ରହଣ ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ସଭାପତି ରଶ୍ମି ରଞ୍ଜନ ମହାନ୍ତି ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଓ ମୁଖ୍ୟ ବକ୍ତା ଭାବେ ତ୍ୟାଗ ଭୂମି ର ସଭାପତି ଅଜୟ ନାୟକ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବିଜେପି ଭଦ୍ରକ ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ,ସରପଂଚ ସଂଯୁକ୍ତା ଦାସ, ସମାଜ ସେବୀ ବଇଲୋଚନ ଜେନା, ବନ ଲତା ଜେନା ଲଲାଟେନ୍ଦୁ ମହାନ୍ତି, ଗାନ୍ଧୀ ବାଳା ଆଶ୍ରମ ର ସମ୍ପାଦକ ଅଶୋକ କୁମାର ଦାସ, ପୂର୍ବତନ ସରପଂଚ ଝରଣା ମଲିକ, କୈଳାଶ ମଲିକ, ଜୟନ୍ତ ମହାନ୍ତି, ନରହରି ମହାକୁଡ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଂଚ ଅରୁଣ ମହାନ୍ତି, କାହ୍ନୁ ଚରଣ ବେହେରା, ବଳରାମ ସେଠୀ, ରବୀନ୍ଦ୍ର ବାରିକ୍, ସୁକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଥିଲେ। ଗାନ୍ଧୀ ସ୍ମୃତି ଭବନ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେହିପରି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ  ନେଇ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା। ଏହି ଅବସର ରେ ବିଧାୟକ ଅଶୋକ କୁମାର ଦାସ ନିର୍ମାଣ ହେବାକୁ ଯାଉଥିବା ଏକ ପାର୍କ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

Leave A Reply

Your email address will not be published.