ଅସ୍ତରଙ୍ଗ୧୮/୧୨) ଅସ୍ତରଙ୍ଗ ବ୍ଲକ ଝାଡ଼ଲିଂଗ ଓ ନଗର ପଞ୍ଚାୟତ ମଧ୍ୟରେ ଥିବା ଦେବି ନଦୀ ପଠା ରେ ବୁଧବାର ଦିନ ଏକ ଗଛରୁ ଝୁଲନ୍ତା ଅବସ୍ଥା ରେ ଜଣେ ଅଜଣା ଯୁବକ ର ମୃତ ଶରୀର ଠାବ ହୋଇଛି। ବର୍ତମାନ ଧାନ କଟାକଟି ଚାଲୁଥିବାରୁ ସକାଳୁ ସ୍ଥାନୀୟ କୃଷକ ଭାଇ ମାନେ କ୍ଷେତ କୁ ଧାନ କାଟିବାକୁ ଯାଇଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ।ଏହାକୁ ଦେଖିବା ପରେ ଅସ୍ତରଙ୍ଗ ପୋଲିସ କୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ଫରେନଶିକ୍ ଟିମ୍ ର ସାହାଯ୍ୟ ଲୋଡ଼ିଛି।
ମୃତ ଯୁବକ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧିଛନ୍ତି ଓ ଏକ ନାଲି ଗାମୁଛା ରେ ଝୁଲନ୍ତା ଅବସ୍ଥା ରେ ରହିଥିବା ବେଳେ ନିକଟରେ ତାଙ୍କ ର ଏକ ବାଇସାଇକେଲ ପଡିଛି ଉକ୍ତ ସାଇକେଲ ରେ ଏକ ଜରି ରେ ଶଙ୍ଖା ସିନ୍ଦୁର ସହିତ ଠାକୁର ଙ୍କ ପ୍ରସାଦ ରହିଛି । ତାଙ୍କ ପାଖରେ ଏକ ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ ରହିଥିଲା, ଉକ୍ତ ପାସବୁକ ରୁ ପୋଲିସ ଅନୁଧ୍ୟାନ କରିଥିଲେ ଯେ ଉକ୍ତ ଯୁବକ ଙ୍କ ଘର କଟକ ଜିଲ୍ଲା ଅଡଶପୁର ରେ ବୋଲି। ହେଲେ ଏତେ ଦୂରରୁ ଯୁବକ କିପରି ଏହି ସ୍ଥାନ କୁ ଆସିଲେ, କଣ କରୁଥିଲେ, ଆଉ ଜନବସତି ସ୍ଥାନ ରୁ ୨ କିଲୋମିଟର ଦୁରକୁ କିପରି ଗଲେ ଏ ସବୁ ଘଟଣା ଅସ୍ପଷ୍ଟ ରହିଛି। ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ କରିବା ପରେ ଘଟଣା ର ପ୍ରକୁତ ସତ୍ୟାସତ୍ୟ ସାମ୍ନା କୁ ଆସିବ।
Sign in
Sign in
Recover your password.
A password will be e-mailed to you.
Next Post