ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ଶାସ୍ତ୍ର ଆଧାରରେ ସାଧୁ ଜନ୍ମ ଜଗତ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଏବଂ ଶରୀର ତ୍ୟାଗ ପରେ ପବିତ୍ର ଆତ୍ମା ଜଗତ କଲ୍ୟାଣ ନିମନ୍ତେ ହିଁ ଉଦ୍ଧିଷ୍ଟ ଏହା ଆସ୍ଥା ରହିଛି ତେଣୁ ଆଜି ବୁଧବାର ଦିନ ସ୍ୱାମୀ ସନାତନ ବନ ବା ଜଣାଶୁଣା ଲଡ଼ୁ ବାବାଙ୍କ ଅପ୍ରକଟ ଲୀଳା ସମ୍ବରଣର ତ୍ରୟୋଦଶ ତିଥିରେ ତ୍ରିବେଣୀ ଆଶ୍ରମ, ମାଧବରିଡା ମଠାଧୀଶ ସ୍ୱାମୀ ଚିଦାନନ୍ଦ ସ୍ୱାମୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତ୍ରିବେଣୀ ଆଶ୍ରମରେ ସାଧୁ, ସନ୍ଥ ଓ ଭକ୍ତଙ୍କ ଗହଣରେ ଏକ ମହୋତ୍ସବ ପାଳନ ହୋଇଯାଇଛି l ପୁତ୍ର ରାମ ଶଙ୍କର ପାତ୍ର,ପୁତ୍ରବଧୂ ରୋଶନି, ନାତୁଣୀ ସୁଦୀକ୍ଷା ପାତ୍ରଙ୍କ ଉପସ୍ଥିତୀରେ ଜ୍ଞାତି କୁଟୁମ୍ବଙ୍କ ସହ ଦେଶ ବିଦେଶରୁ ସ୍ୱାମୀ ସନାତନ ବନଙ୍କ ଅନେକ ଶିଷ୍ୟ ଶିଷ୍ୟା ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ଆୟୋଜିତ ଗୀତା ଯଂଜ୍ଞ, ନାମଯଂଜ୍ଞ, ଅନ୍ନଯଂଜ୍ଞରେ ଅଂଶ ଗ୍ରହଣ କରିଥିଲେ l ଅଞ୍ଚଳର ବହୁ ସାଧୁ, ବିଦ୍ୱାନ, ଶୁଭେଛୁ ଯୋଗଦେଇ ପରିବାର ଓ ଶିଷ୍ୟ ମାନଙ୍କ ଦ୍ୱାରା ଆୟୋଜିତ ଏହିଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l
ମଠର ସନ୍ୟାସ ମଦନ ବାବା, କୀର୍ତ୍ତନ ବାବା ଓ ଲଣ୍ଡନରୁ ଆସିଥିବା ଶିଷ୍ୟ ଅନ୍ନପୂର୍ଣ୍ଣା, ଗୋବିନ୍ଦ ରାମ, ସୁଭଦ୍ରା ଦେବୀ, ମଧୁସ୍ମିତା ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିଅ ଉପସ୍ଥିତ ରହି ସବୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post