ସ୍ବର୍ଗତ ଵନଵାଵୁ ଙ୍କ ୭୨ତମ ଜନ୍ମ ଦିବସରେ ରକ୍ତଦାନ ଶିବିର ଆୟୋଜନ

3

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ: ୧୫/୧୨, ଆଜି ସ୍ଥାନୀୟ ଖଲ୍ଲିକୋଟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ବନବିହାରୀ ଦାସ ଙ୍କ ୭୨ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଅଵସରରେ ଆଜିର ରକ୍ତଦାନ ଶିବିର ଖଲ୍ଲିକୋଟ ର ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ ଵିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସକଳେଶ୍ଵ୍ରର ଦାସ, ଖଲ୍ଲିକୋଟ ଏନ୍ ଏ ସି ସଭାପତି ନରେନ୍ଦ୍ର ପାତ୍ର, ପୂର୍ବତନ କାଉନସିଲର ତଥା ସମାଜ ସେଵୀ ବିପିନ୍ ବିହାରୀ ସାମନ୍ତ, ପୂର୍ବତନ ଭାଇସ୍ ଚେୟାର ମେନ୍ ଚିତ୍ତରଞ୍ଜନ ମାଝୀବନବାବୁ ଙ୍କ ସହଧର୍ମିଣୀ ଶ୍ରୀ ମତୀ କନକଲତା ସାମନ୍ତ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଥିଲେ । ପ୍ରଥମେ ଅତିଥି ମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ , ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରଦୀପ ପ୍ରଜ୍ବଳନ କରିଥିଲେ ବୋଲି ଜଣାପଡିଛି। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଥିଲେ ସ୍ବର୍ଗତ ବନବିହାରୀ ଦାସ ଙ୍କ ଦୁଇ ପୁତ୍ର ଅମରଜିତ୍ ସାମନ୍ତ ଓ ସତ୍ୟଜିତ୍ ସାମନ୍ତ,  ଆତ୍ମୀୟ ମାନେ ତଥା ଆଡଭୋକେଟ୍ ବାବାଜୀ ସିଂ, ବାବୁ, ଓ ବନଵାଵୁ ଙ୍କୁ ଭଲପାଉଥିବା ଜନସାଧାରଣ ଗଣ ।
ରକ୍ତଦାନ ଶିବିର ରେ ମୋଟ ୫୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଆତ୍ମାର ସଦ୍ ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ବନବାବୁ ଙ୍କ ସହଧର୍ମିଣୀ ଙ୍କ ସମେତ ଅନ୍ୟାନ୍ୟ ମାନଙ୍କ ଗହଣରେ କେକ୍ କଟାଯାଇ ସ୍ବର୍ଗତ ବନବାଵୁ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା | 

Leave A Reply

Your email address will not be published.