ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଅଟଳ ବିହାରୀ କଲେଜ ପଡିଆ ଠାରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାସୁଦେବପୁର ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ଥାନା ର ଏସ ଆଇ ଦେବୀ ପ୍ରସାଦ ମହାପାତ୍ର ଓ ଉଦ୍ ଜାପାନୀ ଉତ୍ସବ ରେ ଆଡଭୋକେଟ ବାବାଜୀ ଚରଣ ନାୟକ ଯୋଗ ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଥିବା ବେଳେ ସଭାପତି ତାରାକାନ୍ତ ଡାଙ୍ଗୁଆ ଓ ସମ୍ପାଦକ ସୁକାନ୍ତ କୁମାର ବାରିକ୍ ଉପସ୍ଥିତ ଥିଲେ। ଦୁଇ ଦିନ ଧରି ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ମ୍ୟୁଜିକ ଚେୟାର, ଏକକ ଅଭିନୟ, ଭଳି ଅନେକ ଖେଳ ର ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଛି। ଦୁଇ ଦିନ ଧରି ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ ପାଣିଗ୍ରାହୀ, ସହ ପ୍ରଧାନ ଆଚାର୍ଯ୍ୟ ଇପ୍ସିତା ମହାପାତ୍ର ଙ୍କ ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ ଓ ଅଭିଭାବକ ଅଭୁଭାବିକା ମାନେ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.