ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ଉଲ୍ଲାସ ଉତ୍ସବ -2024

3

ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ନୟାଗଡ଼  ପକ୍ଷରୁ ଉଲ୍ଲାସ ଉତ୍ସବ -2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମଣ୍ଡପ ଠାରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l  ସ୍ମାଇଲ ନୟାଗଡ଼ ଅନୁଷ୍ଠାନର ମୁଖ୍ୟ ରବିନ୍ଦ୍ର କୁମାର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ, ରଣପୁର ପଂଚାୟତ ସମିତି ଅଧକ୍ଷା ନିର୍ମଳା ବେହେରା, ସମାଜସେବୀ ସନ୍ତୋଷ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟନାୟକ, ଦାମୋଦର ସାହୁ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହାଭାଗିତାରେ ଓଡିଶୀ, ସମ୍ବଲପୁରୀ ଆଦି ଲୋକନୃତ୍ୟରେ ଲୋକମାନେ ଝୁମିବା ସହ କାର୍ଯ୍ୟକ୍ରମର ମଜା ନେଇଥିଲେ l

ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ବିଭୀର୍ଣ୍ଣ ସ୍ଥାନରୁ ଆସିଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ  ନୃତ୍ୟ ପରିବେଷଣ କରିଥିଲେ l  ଏହି କାର୍ଯ୍ୟକ୍ରମକୁ ସେବା ଉତ୍ସବର ସ୍ଵେଛାସେବୀ ଗୁଲସନ କୁମାର ଦାସ, ସୋମ୍ୟା ସ୍ୱୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ବିଶ୍ୱନାଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗ କରି ଥିଲା l

Leave A Reply

Your email address will not be published.