…………. ……………………
ଚନ୍ଦାହାଣ୍ଡିରୁ ତ୍ରିଲୋଚନ ବେଶ୍ରା: କଂଗ୍ରେସ ସହ ୧୦ ଟି ରାଜନୈତିକ ଦଳ ଓ ଗଣ ସଙ୍ଗଠନ ନେତୃତ୍ବରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡିରେ ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ଆଇନ୍ ବନ୍ଦ କରିବା, ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ବନ୍ୟା ବିପନ୍ନଙ୍କୁ ଅବିଳମ୍ବେ ସହାୟତା ଦାବି ନେଇ ଆଜି ପୂର୍ବାହ୍ନ ୬ ଟାରୁ ଚନ୍ଦାହାଣ୍ଡି -ଉମରକୋଟ -କଳାହାଣ୍ଡି ରାସ୍ତା ଅବରୋଧ କରାଯାଇଥିଲା।
ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି। କଂଗ୍ରେସ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ବ୍ଲକ ସଭାପତି ସନ୍ତୋଷ ପଟ୍ଟନାୟକ, ହୁମେଶ୍ୱର ହଂସ, କୃଷ୍ଣ ବାଘ,ଶଙ୍କର ସେଠି,ଜୟ ସିଂ ପାଣ୍ଡେ, ଡମ୍ବରୁ ଧୋବା, ମେଘ ନାଥ ବାଘ , ମଣ୍ଟୁ ବାଘ, ଲିପୁନ ଚୌହାନ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୃତୟନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.