ବିସ୍ଥାପିତଙ୍କ ଉଚିତ୍ ଥଇଥାନ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା ସହ ନିଯୁକ୍ତିକୁ ଦିଆଯିବ ପ୍ରାଥମିକତା -ଧର୍ମେନ୍ଦ୍ର ପ୍ରଧାନ

30

ଅନୁଗୋଳରେ  ପ୍ରମୁଖ ପ୍ରକଳ୍ପଗୁଡ଼ିକର ପୃଥକ ଆରପିଡିଏସି ବୈଠକ

•କେପିସିଏଲ ମନ୍ଦାକିନୀ-ଏ, ଜିଏମଡିସି ବୈତରଣୀ ୱେଷ୍ଟ, ନାଲକୋ ଉତ୍କଳ-ଇ ଏବଂ ନାଲକୋ ବ୍ରାଉନ୍‌ଫିଲ୍ଡ ଏକ୍ସପାନ୍‌ସନ୍‌ର ଆରପିଡିଏସି ବୈଠକ ଅନୁଷ୍ଠିତ

•ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ୍ ଆର୍ଥିକ କ୍ଷତିପୂରଣ, ନିୟମାନୁସାରେ ଥଇଥାନ ଓ ଯୁବକଯୁବତୀଙ୍କ ନିଯୁକ୍ତିକୁ ପ୍ରାଥମିକତା•ନୂତନ ଜମି ଅଧିଗ୍ରହଣ ଆଇନ (LARR Act) ଅନୁଯାୟୀ ଜମିହରାଙ୍କୁ ସମସ୍ତ ସୁବିଧା ଦେବାକୁ ନିଷ୍ପତ୍ତି

 •ନାଲକୋର ସିଏସଆର ପାଣ୍ଠି ସହାୟତାରେ ଜାତୀୟ ସ୍ତରର ଏଲ.ଭି ପ୍ରସାଦ ଆଖି ହସ୍ପିଟାଲ ପୁନର୍ବାର ସ୍ଥାପନ ହେବ

•ବେସରକାରୀ ସ୍କୁଲ୍ ଫି’ ସମସ୍ୟାର ସମାଧାନ, ଶିଶୁମନ୍ଦିରରେ ସ୍ଥାନୀୟ ପିଲାଙ୍କ ପାଠପଢ଼ା ଓ ପେରିଫେରିଆଲ୍ ଗାଁଗୁଡ଼ିକୁ ସ୍କୁଲ୍ ବସ୍ ବ୍ୟବସ୍ଥା ପାଇଁ ଆଦେଶ

ଅନୁଗୋଳ, ୭ ଅକ୍ଟୋବର ୨୦୨୬ – ଅନୁଗୋଳ ଠାରେ ଜିଲ୍ଲାର ବୃହତ୍ ଶିଳ୍ପ ଓ ଖଣି ପ୍ରକଳ୍ପ ପାଇଁ ରିହାବିଲିଟେସନ ଆଣ୍ଡ୍ ପେରିଫେରି ଡେଭଲପମେଣ୍ଟ ଆଡଭାଇଜରି କମିଟି(ଆରପିଡିଏସି) ର ପୃଥକ ପୃଥକ ବୈଠକ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ବର୍ଷ ଧରି ଆରପିଡିଏସି ବୈଠକ ଅନୁଷ୍ଠିତ ନହେବା କାରଣରୁ ଅଞ୍ଚଳବାସୀଙ୍କ ଅନେକ ଦାବି ଓ ସମସ୍ୟା ପେଣ୍ଡିଂ ରହିଥିଲା। ଆଜିର ଏହି ନିରନ୍ତର ଆଲୋଚନା ମାଧ୍ୟମରେ ସ୍ଥାନୀୟ ନାଗରିକ ଓ ବିସ୍ଥାପିତ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବଡ଼ ଉଦାରତାର ସହ ପଦକ୍ଷେପ ନେଇଛନ୍ତି ।  

ବୈଠକରେ କେପିସିଏଲର ମନ୍ଦାକିନୀ-ଏ କୋଇଲା ଖଣି, ଜିଏମଡିସିର ବୈତରଣୀ ୱେଷ୍ଟ, ନାଲକୋର ଉତ୍କଳ-ଇ ଏବଂ ନାଲକୋର ବ୍ରାଉନ୍‌ଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ବୈଠକରେ କେନ୍ଦ୍ର ସରକାରଙ୍କ ନୂତନ ଜମି ଅଧିଗ୍ରହଣ ଆଇନ (LARR Act) ଅନୁଯାୟୀ ଜମିହରା ଲୋକଙ୍କୁ ଉଚିତ୍ ଆର୍ଥିକ କ୍ଷତିପୂରଣ, ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ମୌଳିକ ସୁବିଧାସୁଯୋଗ ପ୍ରଦାନ କରିବାକୁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।ଶ୍ରୀ ପ୍ରଧାନ କହିଛନ୍ତି, ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ନାଲକୋର ସିଏସଆର ପାଣ୍ଠି ସହାୟତାରେ ଅଞ୍ଚଳରେ ଏଲଭି ପ୍ରସାଦ ଜାତୀୟ ସ୍ତରର ଚକ୍ଷୁ ହସ୍ପିଟାଲ ପୁନର୍ବାର କାର୍ଯ୍ୟକ୍ଷମ କରାଯିବ। ଏଥିସହିତ ଘରୋଇ ସ୍କୁଲର ଫି’ ସମସ୍ୟା ସମାଧାନ, ସରସ୍ୱତୀ ଶିଶୁମନ୍ଦିରରେ ସ୍ଥାନୀୟ ପିଲାଙ୍କ ପାଠପଢ଼ା ଏବଂ ଆଖପାଖ ଗାଁଗୁଡ଼ିକରୁ ପିଲାମାନଙ୍କୁ ସ୍କୁଲ୍ ଆଣିବା ପାଇଁ ନାଲକୋ ତରଫରୁ ବସ୍ ବ୍ୟବସ୍ଥା କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି।ଗଣତନ୍ତ୍ରରେ ଲୋକଙ୍କ ସମସ୍ୟା ଶୁଣିବା, ସେମାନଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ହକ୍ ପ୍ରଦାନ କରିବା ଆମ ବ୍ୟବସ୍ଥାର ମୁଖ୍ୟ ଦାୟିତ୍ୱ। ଆମ ପ୍ରଶାସନ ଓ ରାଜ୍ୟ ସରକାର ଜମିହରା ଓ କ୍ଷତିଗ୍ରସ୍ତ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସଦାସର୍ବଦା କାର୍ଯ୍ୟ କରିବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ଏହି ପୃଥକ ପୃଥକ ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଅନୁଗୋଳ, ଛେଣ୍ଡିପଦା, ତାଳଚେର ଓ ପାଲଲହଡ଼ା ବିଧାୟକ, ଜିଲ୍ଲାପାଳ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇ କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ନେଇ ବିସ୍ତୃତ ଆଲୋଚନା କରିଥିଲେ ।

Leave A Reply

Your email address will not be published.