ଗରିମା ପରିବାରର ‘ଶ୍ରେଷ୍ଠ ଓଡ଼ିଆଣୀ’ ସିଜିନ୍-୪ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ

18

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସହରର ଅନ୍ୟତମ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାର ପକ୍ଷରୁ ‘ଶ୍ରେଷ୍ଠ ଓଡ଼ିଆଣୀ’ ସିଜିନ୍-୪ ଆସନ୍ତା ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖରେ ଆୟୋଜିତ ହେବ। ଏନେଇ ପାନ୍ଥନିବାସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆଣୀପଣକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମହିଳାମାନଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତା ହେବ। ଅକ୍ଟୋବର ୩୧ରେ ପରିଚୟ, ତୁଳସୀ ପୂଜା, ଟ୍ୟାଲେଣ୍ଟ ଓ ପ୍ରଶ୍ନୋତ୍ତରୀ ଅଡିସନ୍ ଅନୁଷ୍ଠିତ ହେବ। ନଭେମ୍ବର ୧ରେ ରୋଷେଇ ପ୍ରତିଯୋଗିତା ହେବ। ପ୍ରତିଯୋଗୀମାନେ ଘରୁ ଗୋଟିଏ ଲୁଣିଆ ଓ ଗୋଟିଏ ମିଠା ଖାଦ୍ୟ ପ୍ରସ୍ତୁତ କରି ଆଣିବେ। ଏହି ସମସ୍ତ ପ୍ରତିଯୋଗିତା ପାନ୍ଥନିବାସଠାରେ ଅନୁଷ୍ଠିତ ହେବ।

ରୋଷେଇ ପ୍ରତିଯୋଗିତାରେ ମାଷ୍ଟରସେଫ୍ ଭାବେ ପରିଚିତ ଅଞ୍ଜୁ ଓ ମଞ୍ଜୁ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ଖାଦ୍ୟର ମୂଲ୍ୟାଙ୍କନ କରିବେ।

ଏହାର ଗ୍ରାଣ୍ଡ ଫିନାଲେ ନଭେମ୍ବର ୧୬ ତାରିଖରେ ସିଭିକ୍ ସେଣ୍ଟରଠାରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଉଷସୀ ମିଶ୍ର ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବେ।

ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ଡଃ. ସରିତା ମଲ୍ଲ ସ୍ୱାଗତ ଭାଷଣ ଦେଇଥିବାବେଳେ ସଭାପତି ମମତା ନାୟକ ଓ କାର୍ଯ୍ୟକ୍ରମ ସଂଯୋଜକ ସୁମିତା ମହାନ୍ତି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଉପଦେଷ୍ଟା ଶଙ୍କର ଜେନାଙ୍କ ସମେତ ରଶ୍ମିତ ସାହାଣୀ, ନିହାରିକା ବସ୍ତିଆ, ପ୍ରଣତୀ ପଟ୍ଟନାୟକ, ରେବତୀ ବାରିକ, ଶର୍ମିଲା ରାଜଗୁରୁ, ଶାନ୍ତିଲତା ବାରିକ, ଶଙ୍ଖରିନା ପ୍ରଧାନ, ଲୀନା ତ୍ରିପାଠୀ, ରଶ୍ମିତା ଚୌଧୁରୀ, ଦେବସ୍ମିତା ଶତପଥୀ, ତପସ୍ୱିନୀ ପାତ୍ର, ଶୁଭଲକ୍ଷ୍ମୀ ପାତ୍ର, ରଶ୍ମି ନାୟକ, ଅଞ୍ଜୁ ପାଣ୍ଡେ, ମଞ୍ଜୁରାଣୀ ମେହେର, ଗୁଲଟି ପ୍ରଧାନ, ରଞ୍ଜିତା ଶତପଥୀ, ମନବତୀ ସାହୁ, ରିମି ଚକ୍ରବର୍ତ୍ତୀ, ମୀନତି ମୋଦୀ, ସୁନିତା ଶ୍ରୀନିବାସନ, ମୀନାକ୍ଷୀ ପାଢ଼ୀ, ଗାୟତ୍ରୀ ମହାନ୍ତି ଓ ମୋନାଲିସା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଷ୍ଣୁପ୍ରିୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ଓ ସହଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.